ETV Bharat / city

‘ମୋ କଲେଜ’ ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକ, ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷ ସାମିଲ

author img

By

Published : Feb 26, 2021, 7:54 AM IST

‘ମୋ କଲେଜ’ ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ମୋ କଲେଜ
ମୋ କଲେଜ

ଭୁବନେଶ୍ବର: ‘ମୋ ସ୍କୁଲ’ ପରି ‘ମୋ କଲେଜ’ ଅଭିଯାନ ଆରମ୍ଭ ହୋଇଛି । ଯାହା ଶିକ୍ଷାନୁଷ୍ଠାନ ସହିତ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡି ରଖିବ । ଏହା ଫଳରେ ଉଚ୍ଚଶିକ୍ଷାର ଭିତ୍ତିଭୂମି ଅଧିକ କ୍ରିୟାଶୀଳ ହେବ । ଯାହାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷ ସାମିଲ ହୋଇଛନ୍ତି ।

ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି,‘ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକର ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କୁ ସେମାନଙ୍କର ଶିକ୍ଷାନୁଷ୍ଠାନ ସହିତ ଯୋଡିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ କଲେଜ’ର ଅଭିନବ ପରିକଳ୍ପନା କରିଛନ୍ତି ।’

ଏହା ମାଧ୍ୟମରେ ରାଜ୍ୟରେ ଉଚ୍ଚଶିକ୍ଷା ଭିତ୍ତିଭୂମିକୁ ଅଧିକ କ୍ରିୟାଶୀଳ କରିବା ସହିତ ଯୁବପିଢିମାନଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ମନୋଭାବକୁ ବୃଦ୍ଧି କରିବା ଓ ଦେଶ ଗଠନରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନ କରାଇବା ଦିଗରେ ଏହା ଏକ ଉଚିତ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ‘ମୋ କଲେକ’ ଅଭିଯାନ ଏକ ବ୍ୟାପକ ଚିନ୍ତାଧାରା । ଅନୁଷ୍ଠାନରେ ଶିକ୍ଷା ଓ ସାମାଜିକ ପରିବେଶରେ ଜଡିତ ହେବା ସହ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ଓ ଜୀବନ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି । ‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଆନୁକୂଲ୍ୟରେ ରାଜ୍ୟର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ଆୟୋଜିତ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.