ETV Bharat / city

ରାଜ୍ୟ ଚିକିତ୍ସା ଇତିହାସରେ ମାଇଲଖୁଣ୍ଟ, ବାପାକୁ ଲିଭର ଦେଲା ପୁଅ - ଲିଭର ପ୍ରତ୍ୟାରୋପଣ

ରାଜ୍ୟରେ ପ୍ରଥମ ଥର ପାଇଁ ସଫଳ ଲିଭର ପ୍ରତ୍ୟାରୋପଣ । ପୁଅ ଦେଲା ବାପାକୁ ଲିଭର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

A milestone in the history of state medical care
ରାଜ୍ୟ ଚିକିତ୍ସା ଇତିହାସରେ ମାଇଲଖୁଣ୍ଟ, ସମ୍ ହସ୍ପିଟାଲ ହେଲା ସଫଳ ଲିଭର ପ୍ରତ୍ୟାରୋପଣ
author img

By

Published : Mar 6, 2020, 9:18 PM IST

ଭୁବନେଶ୍ବର: ଓଡିଶା ଚିକିତ୍ସା କ୍ଷେତ୍ରରେ ବିରାଟ ସଫଳତା । ରାଜ୍ୟରେ ପ୍ରଥମଥର ପାଇଁ ହୋଇଛି ସଫଳ ଲିଭର ପ୍ରତ୍ୟାରୋପଣ । ବାପାକୁ ଲିଭର ଦେଇ ଜୀବନ ବଞ୍ଚାଇଛି ପୁଅ । ଆଉ ଏଭଳି ବିରଳ ପ୍ରତ୍ୟାରୋପଣ କରି ଇତିହାସ ରହିଛି ସମ୍‌ ହସ୍ପିଟାଲ ।

ରାଜ୍ୟ ଚିକିତ୍ସା ଇତିହାସରେ ମାଇଲଖୁଣ୍ଟ, ସମ୍ ହସ୍ପିଟାଲ ହେଲା ସଫଳ ଲିଭର ପ୍ରତ୍ୟାରୋପଣ

ବାଲେଶ୍ବରର କଣ୍ଟିଆ ଟିକାର ଅଞ୍ଚଳର ଜୟନ୍ତ ବିଶ୍ବାଳଙ୍କ ଶରୀରରେ ଲାଗିଛି ତାଙ୍କ ପୁଅର ଲିଭର । ଗୁଜୁରାଟରେ ଶିକ୍ଷକତା କରୁଥିବା ଜୟନ୍ତଙ୍କ ଗତ 2016 ମସିହାରେ ଦେହ ଖରାପ ହେବାରେ ଲାଗିଥିଲା । ଡାକ୍ତରଙ୍କୁ ଦେଖାଇବା ପରେ ଜଣାପଡିଲା କି ଲିଭର ପ୍ରତିରୋପଣ କରାଯିବ । ତେବେ ଏହାକୁ ନେଇ ପରିବାର ଲୋକ ଭାରତର ଅନେକ ବଡ ବଡ ହସ୍ପିଟାଲରେ ଦେଖାଇଥିଲେ । ଏପରିକି ଲିଭର ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଥିଲା ବାଧକ । ଶେଷରେ ସେ ପହଞ୍ଚିଥିଲେ ସମ ହସ୍ପିଟାଲରେ । ଜୟନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ଜୟନ୍ତଙ୍କ ଲିଭର ପ୍ରତିରୋପଣ କରିବାକୁ ଡାକ୍ତର ଆରମ୍ଭ କରିଥିଲେ ପ୍ରୟାସ ।

ତେବେ ଦିନ 3 ଟାରୁ ଆରମ୍ଭ ହୋଇଥିବା ଅପରେସନ ରାତି 12ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ପ୍ରତିରୋପଣରେ 40 ଜଣ ଡାକ୍ତରୀ ଟିମ ଲାଗିଥିଲେ । ଏଥିରେ ହାଇଦ୍ରାବାଦର ବସୁଧା ହସ୍ପିଟାଲର ପ୍ରମୁଖ ଡାକ୍ତରୀ ଟିମ ନିୟୋଜିତ ହୋଇଥିଲେ । ଦୀର୍ଘ ସମୟର ଅପରେସନ ପରେ ଲିଭର ପ୍ରତ୍ୟାରୋପଣ ସମ୍ପୂର୍ଣ୍ଣ ହୋଇଥିଲା ।

ବଡକଥା ହେଉଛି, ସ୍ବାର୍ଥପର ଦୁନିଆରେ ସମସ୍ତେ ଯେତେବେଳେ ଆପଣାର କଥା ଭୁଲି ଯାଆନ୍ତି, ସେତେବେଳେ ବାପା ପାଇଁ ଆଗକୁ ଆସିଥିଲା ପୁଅ । ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ଦେଇଥିଲା ଲିଭର । ଏହି ଅପରେସନ ପାଇଁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନଥିବା କହିଛନ୍ତି ଜୟନ୍ତଙ୍କ ସ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.