ଭୁବନେଶ୍ବର: ରାଜ୍ୟରେ କୋରୋନାର ଆତଙ୍କ ରାଜ୍ । ପୁଣି ଗୋଟିଏ ଦିନରେ ଚିହ୍ନଟ ହେଲା ସର୍ବାଧିକ 4198 ସଂକ୍ରମିତ ମାମଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
4198 ସଂକ୍ରମିତଙ୍କ ମଧ୍ୟରେ 2476 ଜଣ ହୋମ କ୍ବାରେଣ୍ଟାଇନରେ ରହିଥିଲେ । 1722 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ରାଜ୍ୟରେ ଅସମ୍ଭାଳ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି 30 ଟି ଜିଲ୍ଲାରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧାରେ 758 ଜଣ କୋରୋନା ପଜିଟିଭ ବାହାରିଛନ୍ତି । ଗଞ୍ଜାମରେ 44 ଜଣ ଆକ୍ରାନ୍ତ ହୋଇଛନ୍ତି ।
ସେହିପରି ଅନୁଗୁଳରେ 108, ବାଲେଶ୍ୱରରେ 130, ବରଗଡରେ 95, ଭଦ୍ରକରେ 53, ବଲାଙ୍ଗୀରରେ 197, ବୌଦ୍ଧରେ 19, କଟକରେ 367, ଦେଓଗଡ ରେ 34, ଢେଙ୍କାନାଳରେ 80, ଗଜପତିରେ 14 , ଜଗତସିଂହପୁରରେ 97, ଯାଜପୁରରେ 156, ଝାରସୁଗୁଡାରେ 95 , କଳାହାଣ୍ଡିରେ 93, କନ୍ଧମାଳରେ 78, କେନ୍ଦ୍ରାପଡାରେ 143, କେନ୍ଦୁଝରରେ 63, କୋରାପୁଟରେ 99, ମାଲକାନଗିରିରେ 22,, ମୟୂରଭଞ୍ଜରେ 133, ନବରଙ୍ଗପୁରରେ 98, ନୟାଗଡରେ 43, ନୂଆପଡାରେ 116, ପୁରୀରେ 310, ରାୟଗଡାରେ 136, ସମ୍ବଲପୁରରେ 130, ସୋନପୁରରେ 74, ସୁନ୍ଦରଗଡରେ 195 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।
ରାଜ୍ୟରେ ମୋଟ ଆକ୍ରାନ୍ତ 155005ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରୁ 118642 ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସକ୍ରିୟ ମାମଲା 35673 ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ