ETV Bharat / city

ଇନକମ ଟ୍ଯାକ୍ସ ଅଫିସର କହି ଲୁଟୁଥିଲା, ରାଜଧାନୀରେ ଧରାପଡିଲା ହାଇଟେକ ଲୁଟେରା - ଧରାପଡିଲା ହାଇଟେକ ଲୁଟେରା

ନିଜକୁ ଆୟକର ବିଭାଗର ଅଧିକାରୀ କହି ଲୋକଙ୍କ ଠାରୁ ଲୁଟୁଥିବା ଏହି ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସର ସ୍ପେଶାଲ ସ୍କ୍ବାର୍ଡ। ଅଧିକ ପଢନ୍ତୁ...

ଇନକମ ଟ୍ଯାକ୍ସ ଅଫିସର କହି ଲୁଟୁଥିଲା, ରାଜଧାନୀରେ ଧରାପଡିଲା ହାଇଟେକ ଲୁଟେରା

author img

By

Published : Apr 11, 2021, 2:16 PM IST

Updated : Apr 11, 2021, 5:43 PM IST

ଭୁବନେଶ୍ବର: ସ୍ପେଶାଲ ସ୍କ୍ବାର୍ଡ କବଜାରେ ହାଇଟେକ ଲୁଟେରା । ନିଜକୁ ଆୟକର ବିଭାଗର ଅଧିକାରୀ କହି ଲୋକଙ୍କ ଠାରୁ ଲୁଟୁଥିବା ଏହି ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସର ସ୍ପେଶାଲ ସ୍କ୍ବାର୍ଡ। ବାଙ୍ଗାଲୋର ବି.କେ ଲେଲେଙ୍ଗାକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ।

ଇନକମ ଟ୍ଯାକ୍ସ ଅଫିସର କହି ଲୁଟୁଥିଲା, ରାଜଧାନୀରେ ଧରାପଡିଲା ହାଇଟେକ ଲୁଟେରା
ଇନକମ ଟ୍ଯାକ୍ସ ଅଫିସର କହି ଲୁଟୁଥିଲା, ରାଜଧାନୀରେ ଧରାପଡିଲା ହାଇଟେକ ଲୁଟେରା

ଅଭିଯୁକ୍ତ ଜଣକ ଫାଇଭ ଷ୍ଟାର ହୋଟେଲରେ ରହିବା ସହ ଫ୍ଲାଇଟରେ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ବୁଲୁଥିଲା । ଇନକମ ଟ୍ୟାକ୍ସ ଅଫିସର କହି ସୁନା ଦୋକାନରେ ପଶୁଥିଲା। ନିଜର ପେମେଣ୍ଟ କରିଦେବା ବାହାନାରେ ଅନଲାଇନରେ ମେସେଜ ପଠାଇ କଳାକନା ବୁଲାଉଥିଲା। ଏମିତି ଏକ ଏମବିଏ ଛାତ୍ରକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ।

ରାଜଧାନୀରେ ଧରାପଡିଲା ହାଇଟେକ ଲୁଟେରା

ଏହି ଲୁଟେରାର ଟାର୍ଗେଟର ଥିଲେ ଅନେକ ସୁନା ଦୋକାନୀ। ସମ୍ବଲପୁର, ଝାରସୁଗୁଡା, ପୁରୀର ଅନେକ ସୁନା ଦୋକାନୀକୁ ଚୁନା ଲଗାଇଛି ଏହି ହାଇଟେକ ଲୁଟେରା। ଅଭିଯୁକ୍ତର ଘର ବାଙ୍ଗାଲୋର ହୋଇଥିବାବେଳେ ବିଭିନ୍ନ ସମୟରେ ଓଡିଶା ଆସି ଏପରି ଘଟଣା ଘଟାଇଥିବା ଜଣାପଡିଛି ।

ତେବେ ଗିରଫ ପରେ ତାକୁ ସମ୍ବଲପୁର ପୋଲିସକୁ ହସ୍ତାନ୍ତର କରାଯାଇଛି। ଯେହେତୁ ସମ୍ବଲପୁରରେ ଏକାଧିକ କେସରେ ତାର ସମ୍ପୃକ୍ତି ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 11, 2021, 5:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.