ETV Bharat / city

ବଡ଼ ବଡ଼ ଠିକାଦାରଙ୍କୁ ଠକିଛନ୍ତି ଭଣ୍ଡ ବାବା ! ଗୁମର ଖୋଲିବା ଭୟରେ ସାମ୍ନାକୁ ଆସୁନି ଅଭିଯୋଗ

ଟେଣ୍ଡର ପାସ କରାଇବାକୁ ସୁପରିୟର ନେଉଛନ୍ତି ୩ କୋଟିର ପିସି ! ଏଥିପାଇଁ ବିଭିନ୍ନ ଡିପାର୍ଟମେଣ୍ଟରେ ହେଉଛି ଏଭଳି ବଡ ଧରଣର କଳା କାରବାର । ପିସି ଟଙ୍କାରେ ଭାଗିଦାର ହେଉଛନ୍ତି ଅନେକ ହେଭିଓ୍ଵେଟ । ଯାହାର ସତ ସାମ୍ନାକୁ ଆସିଛି, ଯେତେବେଳେ ଜଣେ ଭଣ୍ଡ ବାବା ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟରକୁ ଚୁନା ଲଗାଇଥିଲେ । ଅଧିକ ପଢ଼ନ୍ତୁ...

ବଡ଼ ବଡ଼ ଠିକାଦାରଙ୍କୁ ଠକୁଛନ୍ତି ଭଣ୍ଡବାବା, ଗୁମର ଖୋଲିବା ଭୟରେ ସାମ୍ନାକୁ ଆସୁନି ଅଭିଯୋଗ

author img

By

Published : Aug 25, 2021, 10:42 PM IST

Updated : Aug 25, 2021, 11:03 PM IST

ଭୁବନେଶ୍ବର: କଣ୍ଟ୍ରାକ୍ଟ ପାଇବାକୁ ହେଲେ ୩ ପ୍ରତିଶତ ପିସି ଦେବାକୁ ପଡୁଛି। ତାହା ପୁଣି ଛୋଟ ପରିମାଣର ନୁହେଁ ମୋଟା ଅଙ୍କର । ଅର୍ଥାତ ୧୦୦କୋଟି ୧୫୦କୋଟିର କାମ ପାଇଁ ଟେଣ୍ଡର ପାସ କରାଇବାକୁ ଥିବା ସୁପରିୟର ନେଉଛନ୍ତି ୩ କୋଟିର ପିସି । ଏଥିପାଇଁ ବିଭିନ୍ନ ଡିପାର୍ଟମେଣ୍ଟରେ ହେଉଛି ଏଭଳି ବଡ ଧରଣର କଳା କାରବାର । ପିସି ଟଙ୍କାରେ ଭାଗିଦାର ହେଉଛନ୍ତି ଅନେକ ହେଭିଓ୍ଵେଟ । ଯାହାର ସତ ସାମ୍ନାକୁ ଆସିଛି, ଯେତେବେଳେ ଜଣେ ଭଣ୍ଡ ବାବା ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟରକୁ ଚୁନା ଲଗାଇଥିଲେ । ଆଉ ଭଣ୍ଡ ବାବା ଓରଫ ଵିଜୟାନନ୍ଦ ଚୌଧରୀ ଓରଫ ସ୍ବାମି ବିଜୟାନନ୍ଦ ଗିରଫ ପରେ ସତ ଆସୁଛି ପଦାକୁ । ଓଟିଡିସି ଅଧକ୍ଷ କହି କଣ୍ଟ୍ରାକ୍ଟର ଧନୁର୍ଧର ଚମ୍ପତିରାୟକୁ ୩ କୋଟି ଚୁନା ଲଗାଇବା ପରେ ।

ବଡ଼ ବଡ଼ ଠିକାଦାରଙ୍କୁ ଠକୁଛନ୍ତି ଭଣ୍ଡବାବା, ଗୁମର ଖୋଲିବା ଭୟରେ ସାମ୍ନାକୁ ଆସୁନି ଅଭିଯୋଗ

ଖାଲି ସେତିକି ନୁହେଁ, ଆଉ ଏକ କଣ୍ଟ୍ରାକ୍ଟରକୁ ଚୁନା ଲଗାଇଥିବା ସାମ୍ନାକୁ ଆସିଛି । ବ୍ରହ୍ମପୁରର ଜଣେ କଣ୍ଟ୍ରାକ୍ଟରକୁ ୧୦ କୋଟିଏ ର କାମ ଦେବା ଆଳରେ ୨୫ଲକ୍ଷ ଠକେଇ କରିଥିଲେ।ଯାହାକୁ ନେଇ ନାମ ଗୋପନ ରଖି ତଦନ୍ତ ଚଳାଇଛି ଅର୍ଥନୈତିକ ଅପରାଧ ଶାଖା।କେବଳ ଏମାନେ ନୁହନ୍ତି ଏଭଳି ଅନେକ ବଡ ବଡିଆ କଣ୍ଟ୍ରାକ୍ଟରକୁ ଚୁନା ଲଗାଇଛନ୍ତି ବାବା।ହେଲେ ତଦନ୍ତକାରି ସଂସ୍ଥାର ସ୍କାନରକୁ ଆସିବା ଭୟରେ ଅଭିଯୋଗ କରୁନାହାନ୍ତି।

ଏପରିକି ଅନେକ କଣ୍ଟ୍ରାକ୍ଟର ନିଜ ନିଜ ଢଙ୍ଗରେ ଆଇନକୁ ହାତକୁ ନେଇ ବାବାର ସମ୍ପର୍କରେ ଥିବା ଲୋକଙ୍କୁ ଧରି ଟଙ୍କା ଆଦାୟ କରିବାରେ ଅଣ୍ଟା ଭିଢିଛନ୍ତି ।କାରଣ ଯଦି ଅଭିଯୋଗ କରନ୍ତି ତେଵେ ମିଡିଆକୁ ସତ ସାମ୍ନାକୁ ଆସିବ। ଏପରିକି କେବଳ ଓଟିଡିସି ନୁହେଁ । ଅନେକ ସଂସ୍ଥା‌ ନାଁରେ ଏପରି ନିଜକୁ ଭିନ୍ନ ପରିଚୟ ଦେଇ ଠକେଇର ଜାଲ ବିଛାଇଥିଲା । ଯେଉଁ ଯେଉଁ ଡିପାର୍ଟମେଣ୍ଟ ନାରେ ଏପରି ଠକେଇ କରିଛନ୍ତି ବାବା । କାଳେ‌ସେସବୁ ଡିପାର୍ଟମେଣ୍ଟ ବଦନାମ ହେବ ଏବ ସେହି ଡିପାର୍ଟମେଣ୍ଟର ଅସଲ ଚେହେରା ସାମ୍ନାକୁ ଆସିଯିବ।

ପିସି କାରଵାରର ଗୁମର ଖୋଲିଯିଵ । ଅର୍ଥାତ ଆଗକୂ ସେ ସଵୁ ବିଭାଗ ରେ ଆଉ କାମ ମିଳିଵକି ନାହିଁ ସେହି ଭୟରେ ଅଭିଯୋଗ କରିଵାକୁ ଆସୁନାହାନ୍ତି ଅନେକ କଣ୍ଟ୍ରାକ୍ଟର। ଯାହାକୁ ନେଇ ଏବେ କଣ୍ଟ୍ରାକ୍ଟ ପାଇବା ପାଇଁ କିପରି ବଡ ଧରଣର ପିସିକାରବାର ଚାଲିଛି ତାହା ପଦାରେ ପଡିଛି। କିଏ କେତେ ପରସେଣ୍ଟ ନେଉଛନ୍ତି ବିଲ ପାସ କରିଵାକୁ। ସେସଵୁର ଗୁମର ଖୋଲିଛନ୍ତି ଠକେଇର ଶିକାର ହୋଇଥିବା କଣ୍ଟ୍ରାକ୍ଟର ଧନୁର୍ଧର ଚମ୍ପତିରାୟ ।

ତେଵେ ଏଭଳି ଓଟିଡିସି ଚେୟାରମ୍ୟାନ କହି ୧୫୦କୋଟିର ଫେକ ଓ୍ବାର୍କ ଅର୍ଡର ରେ ୩କୋଟି ଠକେଇ ଅଭିଯୋଗ ରେ ଗତ ଅଗଷ୍ଟ ୨୨ରେ ବିଜୟାନନ୍ଦ ଚୌଧରୀ ଓରଫ ବାବା ସ୍ବାମି ବିଜୟାନନ୍ଦ ଓ ସହଯୋଗ ତଥା ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି। ଉଭୟଙ୍କୁ ଗିରଫ କରିଥିଲା ଅର୍ଥନୈତିକ ଅପରାଧା ଶାଖା ଇଓଡବ୍ଲୁ (Economics offence wing) ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Aug 25, 2021, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.