ETV Bharat / city

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

author img

By

Published : Mar 23, 2021, 11:55 AM IST

Updated : Mar 23, 2021, 3:29 PM IST

ଆଜି(ମଙ୍ଗଳବାର) ଯୁଗ୍ମ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏନେଇ ଚିଠି ଲେଖି ସୂଚନା ଦେଇଛନ୍ତି । ଏହାସହ ଆଜିଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ
ପିପିଲି ଉପନିର୍ବାଚନ

ଭୁବନେଶ୍ବର: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜି(ମଙ୍ଗଳବାର) ଯୁଗ୍ମ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏନେଇ ଚିଠି ଲେଖି ସୂଚନା ଦେଇଛନ୍ତି । ଏହାସହ ଆଜିଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ।

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ଅଣ୍ଟା ଭିଡ଼ିଛନ୍ତି । ତେବେ ଏଯାଏଁ କୌଣସି ଦଳ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି । ଆସନ୍ତା କିଛିଦିନ ଭିତରେ ନିଜ ନିଜର ପ୍ରାର୍ଥୀ ନାଁ ଘୋଷଣା କରିବେ ଦଳ ।

ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବା ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଥିଲେ ନିର୍ବାଚନ କମିଶନ । ସେହିପରି ମାର୍ଚ୍ଚ ୩୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ମାର୍ଚ୍ଚ ୩୧ ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଏପ୍ରିଲ୍ ୩ ।

ଏପ୍ରିଲ ୧୭ରେ ଭୋଟ୍ ହେବା ସହ ମେ’ ୨ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ସକାଳ 7ରୁ ସଂନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଭୋଟ ଗଣତି ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ୨୦୨୦ ଅକ୍ଟୋବର ୪ ରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ସେବେଠୁ ପିପିଲି ବିଧାନସଭା ସିଟ ଖାଲି ପଡିଛି ।

ସେପଟେ ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ କରିବା କାର୍ଯ୍ୟ ଆରମ୍ଭ ହେଉଥିବାରୁ ରିଟର୍ଣିଂ ଅଫିସର ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ପ୍ରସ୍ତୁତି କରାଯାଉଛି । ଭୋଟ ଦାନରେ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀଙ୍କ ଟୀକାକାରଣ କାର୍ଯ୍ୟ ସମ୍ପନ୍ନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । କର୍ମଚାରୀ ମାନଙ୍କୁ ଏନେଇ ପ୍ରଶିକ୍ଷଣ ମଧ୍ୟ ଖୁବ ଶୀଘ୍ର ଦିଆଯିବ । ସେହିପରି ଆଦର୍ଶ ଆଚରଣ ଵିଧି ଅନୁପାଳନ ପାଇଁ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରାଯିବା । ଭୋଟ ପ୍ରଚାର ଓ ଭୋଟ ଦାନ କାର୍ଯ୍ୟକୁ ଶୃଙ୍ଖଳିତ ଓ ନିରପେକ୍ଷ କରିବା ପାଇଁ ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ । କୋରୋନା କଟକଣା ମଧ୍ୟରେ ଭୋଟ ଦାନ ପ୍ରକ୍ରିୟା ଶେଷ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 23, 2021, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.