ଭୁବନେଶ୍ବର: ଚଳନ୍ତା ଟ୍ରେନରୁ ଖସିପଡି ଛାତ୍ର ଗୁରୁତର । ଖୋର୍ଦ୍ଧା ଲିଙ୍ଗରାଜ ଷ୍ଟେସନରେ ଅସାବଧାନତା ଯୋଗୁଁ ଛାତ୍ର ଜଣକ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଅଣ୍ଟା ମାଡ ହୋଇଥିବା ଜଣାପଡିଛି । ଗୁରୁତର ଛାତ୍ରଙ୍କୁ ପ୍ରଦୀପ ସେବା ଟ୍ରଷ୍ଟ ଦ୍ବାରା ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଛି।
ଗୁରୁତର ଛାତ୍ର ଜଣକ ହେଲେ ବିଷ୍ଣୁ ପ୍ରସାଦ କଳସି । ସେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବାବେଳେ ଅସାବଧାନତା କାରଣରୁ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ପଲାସା ପାସେଞ୍ଜର ଟ୍ରେନ ଚାଲିଥିବା ସମୟରେ ସେ ଟ୍ରେନରୁ ଓହ୍ଲାଉଥିଲେ । ମାତ୍ର ଗୋଡ ଖସିବାରୁ ସେ ଟ୍ରେନରୁ ଖସିପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ୬ନଂ ହସ୍ପିଟାଲ ଭର୍ତ୍ତି କରାଯାଇ ଥିବାବେଳେ ଘର ଲୋକକୁ ଖବର ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ