ETV Bharat / city

ଅନଲାଇନରେ ଡାକ୍ତରଙ୍କ ବହି ବିକା, ଉପକୃତ ହେଉଛନ୍ତି ଛାତ୍ରଛାତ୍ରୀ - bhubaneswar

ପେଶାରେ ଡାକ୍ତର ହେଲେ ନିଜ ଖାଲି ସମୟକୁ ନଷ୍ଟ ନକରି ପିଲାଙ୍କ ପାଠପଢା ପ୍ରତି ଅତ୍ୟନ୍ତ ରୁଚି ରଖିଥାନ୍ତି । କେବଳ ପଢା ନୁହେଁ ଅନଲାଇନରେ ବହି ମଧ୍ୟ ବିକ୍ରି କରିଥାନ୍ତି ଡାକ୍ତର ଅଭିଜିତ ଉପାଧ୍ୟାୟ । ଯାହାଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 3, 2019, 11:59 PM IST

ଭୁବନେଶ୍ବର: କଥାରେ ଅଛି ମଣିଷର ଇଚ୍ଛାଶକ୍ତି କେବେ ବି କେଉଁ ସ୍ଥାନରେ ହାର ମାନେନି । ଆଉ ସେହି ଉକ୍ତିଟି ସତ ହୋଇଛି ଡ଼. ଅଭିଜିତ ଉପାଧ୍ୟାୟଙ୍କ କ୍ଷେତ୍ରରେ । ପେଶାରେ ଡାକ୍ତର ହେଲେ ନିଜ ଖାଲି ସମୟକୁ ନଷ୍ଟ ନକରି ପିଲାଙ୍କ ପାଠପଢା ପ୍ରତି ଅତ୍ୟନ୍ତ ରୁଚି ରଖିଥାନ୍ତି । କେବଳ ପଢା ନୁହେଁ ଅନଲାଇନରେ ବହି ମଧ୍ୟ ବିକ୍ରି କରିଥାନ୍ତି ଡାକ୍ତର ଅଭିଜିତ ଉପାଧ୍ୟାୟ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଡିଜିଟାଲ ଦୁନିଆ । ସବୁକିଛି ମିଳେ ହାତ ଟିପରେ । ଖାଇବା ଠାରୁ ପଢିବା ପର୍ଯ୍ୟନ୍ତ ସବୁ କିଛି ଅନଲାଇନରେ ମିଳିଯାଉଛି । ତେବେ ଏମିତି ଏକ ରୋମାଞ୍ଚକର ଘଟଣା ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ । ଇଏ ହେଉଛନ୍ତି ଡାକ୍ତର ଅଭିଜିତ ଉପାଧ୍ୟାୟ । ପେଶାରେ ଜଣେ ଡାକ୍ତର, ହେଲେ ନିଜର ଖାଲି ସମୟକୁ ନଷ୍ଟ ନକରି ଏବେ ସେ ଅନଲାଇନରେ ବିକ୍ରି କରୁଛନ୍ତି ବହି । ତାହା ପୁଣି ସାରା ଭାରତରେ । ନିଜର ୱେବସାଇଟ ଯାହାର ନାଁ ହେଉଛି 'ଡେ ହାଟ' । ଏହି ୱେବସାଇଟ ମାଧ୍ୟମରେ ସେ ମେଡିକାଲ ଷ୍ଟୁଡେଣ୍ଟଙ୍କୁ ବହି ଯୋଗାଇଥାନ୍ତି । ଅନ୍ୟ ପଟେ ଖାଲି ସମୟରେ ବସ୍ତିର ପିଲାଙ୍କୁ ବି ମାଗଣାରେ ପାଠ ପଢ଼ାନ୍ତି ଅଭିଜିତ । ଯାହାଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ।

କୁହାଯାଏ ଡାକ୍ତରୀ ପାଠ କଷ୍ଟକର । ଆଉ ଏହି ପାଠ୍ୟକ୍ରମ ବହି ବି ମିଳିବା କଷ୍ଟକର । ମୋଟାମୋଟି କହିବାକୁ ଗଲେ ଜଣେ ଡାକ୍ତରୀ ପାଠ ପଢିବାକୁ ହେଲେ କେବଳ ବହି ଦରକାର ଯାହାର ମୂଲ୍ୟ ବି ଅଧିକ ରହିଥାଏ । ତେବେ ସେଭଳି ପରିସ୍ଥିତିରେ ଅଭିଜିତ ମାର୍କେଟରୁ କମ ଦରରେ ବହି କିଣି ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଯୋଗାଉଛନ୍ତି । ଯାହା ଏବେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଖରେ ବେଶ ଗ୍ରହଣୀୟ ହୋଇପାରିଛି ।

ଡାକ୍ତର ଅଭିଜିତଙ୍କ ଏଭଳି ସ୍ୱତନ୍ତ୍ର ପ୍ରୟାସ ଏବେ ବେଶ ଗ୍ରହଣୀୟ ହୋଇପାରିଛି । ଏବଂ ତାଙ୍କର ଏହି ପ୍ରୟାସରେ ଆଗାମୀ ଭବିଷ୍ୟତରେ ଡାକ୍ତର ହେବାକୁ ଯାଉଥିବା ଛାତ୍ରଛାତ୍ରୀ ନିଶ୍ଚିତ ଭାବେ ଉପକୃତ ହେବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ଅନଲାଇନରେ ଡାକ୍ତରଙ୍କ ବହି ବିକା, ଉପକୃତ ହେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ବର: କଥାରେ ଅଛି ମଣିଷର ଇଚ୍ଛାଶକ୍ତି କେବେ ବି କେଉଁ ସ୍ଥାନରେ ହାର ମାନେନି । ଆଉ ସେହି ଉକ୍ତିଟି ସତ ହୋଇଛି ଡ଼. ଅଭିଜିତ ଉପାଧ୍ୟାୟଙ୍କ କ୍ଷେତ୍ରରେ । ପେଶାରେ ଡାକ୍ତର ହେଲେ ନିଜ ଖାଲି ସମୟକୁ ନଷ୍ଟ ନକରି ପିଲାଙ୍କ ପାଠପଢା ପ୍ରତି ଅତ୍ୟନ୍ତ ରୁଚି ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.