ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୁଣି ପେଣ୍ଠସ୍ଥଳ ଭରତପୁରରେ ମିଳିଲା ଏକ ଅଜଣା ମୃତଦେହ । ମୁଣ୍ଡ ଅଛି ହେଲେ ଶରୀର ଅଂଶବିଶେଷ ଗଳିତ। ଭରତପୁର ଥାନା ଘାଟିକିଆ ସିଇଟି କଲେଜ ନିକଟରେ ମିଳିଛି ଏଭଳି ଏକ ଝୁଲନ୍ତା ମୃତଦେହ । ଯାହା ୧୫ ରୁ ୨୦ ଦିନ ହେବ ଝୁଲି ରହିଥିବା ସନ୍ଦେହ କରୁଛି ପୋଲିସ। ମୃତକର ଆଣ୍ଠୁ ତଳକୁ କେହି ବନ୍ୟଜନ୍ତୁ ଖାଇଦେଇଥିବା ଦେଖିବାକୁ ମିଳିଛି ।
ଏପଟେ ମୃତକର ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ବସ୍ତିର ଜଣେ ଯୁବକ ନିଖୋଜ ଥିବାରୁ ପୋଲିସ ବିଭିନ୍ନ ଦିଗକୁ ନେଇ ସନ୍ଦେହ କରୁଛି । ତେବେ ଭରତପୁରରେ ମାସକ ମଧ୍ୟରେ ୨୪ଟି ଏପରି ଅପମୃତ୍ୟୁ ହୋଇଛି, ଯାହାକି ସେହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ