ETV Bharat / city

ଡ୍ରେନରେ ପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

author img

By

Published : Sep 19, 2021, 5:53 PM IST

Updated : Sep 19, 2021, 9:19 PM IST

ରାଜଧାନୀରେ ଅଘଟଣ, ଟିଉସନ ଯିବାବେଳେ ଡ୍ରେନ ଭିତରକୁ ଖସି ୧୪ ବର୍ଷର ଜଣେ ଛାତ୍ର ନିଖୋଜ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ଡ୍ରେନରେ ପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି
ଡ୍ରେନରେ ପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

ଭୁବନେଶ୍ବର: ରାଜଧାନୀରେ ଅଘଟଣ, ଟିଉସନ ଯିବା ବେଳେ ଡ୍ରେନରେ ପଡି ୧୪ ବର୍ଷର ଜଣେ ଛାତ୍ର ନିଖୋଜ ହୋଇଛନ୍ତି । ଖଣ୍ଡଗିରି ଥାନା ଅଞ୍ଚଳ ସୌଭାଗ୍ୟ ନଗରରେ ଘଟିଛି ଏଭଳି ଏକ ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଛାତ୍ରଙ୍କ ପତ୍ତା ନମିଳିବାରୁ ପୁନଃ ନିଖୋଜ ହେବା ସ୍ଥାନଠୁ ଆଉ ଥରେ ସନ୍ଧାନ ଆରମ୍ଭ କରିଛନ୍ତି ଉଦ୍ଧାରକାରୀ ଦଳ ।

ନିଖୋଜ ଛାତ୍ରକୁ ଖୋଜିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ୩୦ ଜଣିଆ ଟିମ୍ ଲାଗି ପଡିଛନ୍ତି । ଛାତ୍ରଙ୍କ ସନ୍ଧାନ ପାଇଁ ଡ୍ରେନ ଭିତରେ ଅଣ୍ଟାରେ ଅଗ୍ନିଶମ କର୍ମଚାରୀ ଅଣ୍ଟାରେ ଦଉଡ଼ି ବାନ୍ଧି ଖୋଜା ଚଳାଇଛନ୍ତି । ଡ୍ରେନର ସଂଯୋଗ ସ୍ଥଳକୁ ଯାଇ ଛାତ୍ରଙ୍କ ସନ୍ଧାନ କରାଯାଉଛି । ପୋଲିସ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛି । ଛାତ୍ରଙ୍କୁ ଖୋଜିବା ଆମ ଗୁରୁ ଦାୟିତ୍ବ ବୋଲି କହିଛନ୍ତି ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।

୨ କିମି ପର୍ଯ୍ୟନ୍ତ ଲମ୍ବିଥିବା ଡ୍ରେନର ଆମୂଳଚୁଳରେ ସନ୍ଧାନ କାର୍ଯ୍ୟ ଚଳାଇଛି ଉଦ୍ଧାରାକାରୀ ଦଳ । ବର୍ତ୍ତମାନ ସୁଦ୍ଧା ଛାତ୍ରର କୌଣସି ପତ୍ତା ମିଳିପାରିନାହିଁ । ବରମୁଣ୍ଡା ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା ଆଜି ଅପରାହ୍ଣ ୨ଟାରେ ଟିଉସନ ଯିବାକୁ ଘରୁ ବାହାରିଥିଲେ । ପ୍ରବଳ ବର୍ଷା ଯୋଗୁଁ ଛାତ୍ରଙ୍କୁ ତାଙ୍କ ମାଆ ଟିଉସନ ଯିବାକୁ ମନା କରିଥିଲେ । ହେଲେ ପ୍ରୋଜେକ୍ଟ କାମ ପାଇଁ ଟିଉସନ ବାହାରି ଯାଇଥିଲେ ଛାତ୍ର । ସୌଭାଗ୍ୟ ନଗର ଲେନ ନମ୍ବର ୭ ନିକଟରେ ଏକ ତଳିଆ ଡ୍ରେନ ପାର୍‌ କରୁଥିବା ବେଳେ ସେଠାରେ ସେ ଖସି ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

ଛାତ୍ରଙ୍କ ବାପାଙ୍କ ନାଁ ହୃଷିକେଶ ବେହେରା । ସେ ସପରିବାର ସହ ବରମୁଣ୍ଡା ପାଲାମଣ୍ଡପ ନିକଟରେ ରହୁଥିବା ସୂଚନା ମିଳିଛି । ରାଜଧାନୀରେ ତୁହାକୁ ତୁହା ବର୍ଷା ଯୋଗୁଁ ଡ୍ରେନ ବର୍ଷା ପାଣିରେ ଭର୍ତ୍ତି ହୋଇଛି । ରାଜଧାନୀର ଡ୍ରେନ ଅବ୍ୟବସ୍ଥିତ ହୋଇ ପଡ଼ିଥିବାରୁ ସ୍ଥାନେ ସ୍ଥାନେ ବର୍ଷା ଜଳ ଭର୍ତ୍ତି ହୋଇଥିବା ବିଗତ ଦିନରେ ଦେଖା ଦେଇଥିଲା । ରାଜଧାନୀରେ ବର୍ଷା ଲାଗି ରହିଥିବା ବେଳେ ଛାତ୍ର ଜଣକ ଏଭଳି ଅଘଟଣର ଶିକାର ହୋଇଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଘଟଣାସ୍ଥଳରେ ଅସନ୍ତୋଷ ଦେଖା ଦେଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Sep 19, 2021, 9:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.