ETV Bharat / city

ଛଉ ନୃତ୍ୟରୁ ଭୁବନେଶ୍ବରରେ ଆରମ୍ଭ ହେଲା 9ମ ମୟୂରଭଞ୍ଜ ଉତ୍ସବ - bbsr latest news

ବୀର ବାଦ୍ୟର ତାଳେ ତାଳେ ମନମୁଗ୍ଧକର ଅଙ୍ଗଭଙ୍ଗୀ ପ୍ରଦର୍ଶନ। ଯେଉଁଥିପାଇଁ ଦେଶ ବିଦେଶରେ ପରିଚିତ ଲାଭ କରିଛି ମୟୂରଭଞ୍ଜର ଛଉ ନୃତ୍ୟ। ସେହି ବୀର ରସପୂର୍ଣ୍ଣ ନୃତ୍ୟର ତାଳେ ତାଳେ ଭୁବନେଶ୍ବରରେ ଆରମ୍ଭ ହୋଇଛି ମୟୂରଭଞ୍ଜ ଉତ୍ସବ । ଅଧିକ ଖବର ପଢନ୍ତୁ...

9th-mayurbhanj-mahastabsha-started-at-bhubaneswar
ଛଉ ନୃତ୍ୟରୁ ଭୁବନେଶ୍ବରରେ ଆରମ୍ଭ ହେଲା 9ମ ମୟୁରଭଞ୍ଜ ଉତ୍ସବ
author img

By

Published : Feb 1, 2020, 3:59 AM IST

ଭୁବନେଶ୍ବର: ଛଉ ନୃତ୍ୟରୁ ଆରମ୍ଭ ହେଲା 9ମ ମୟୂରଭଞ୍ଜ ଉତ୍ସବ । ବୀର ବାଦ୍ୟର ତାଳେ ତାଳେ ମନମୁଗ୍ଧକର ଅଙ୍ଗଭଙ୍ଗୀ ପ୍ରଦର୍ଶନ।ଯେଉଁଥିପାଇଁ ଦେଶ ବିଦେଶରେ ପରିଚିତି ଲାଭ କରିଛି ମୟୂରଭଞ୍ଜର ଛଉ ନୃତ୍ୟ। ସେହି ବୀର ରସପୂର୍ଣ୍ଣ ନୃତ୍ୟର ତାଳେ ତାଳେ ଆରମ୍ଭ ହୋଇଛି ମୟୂରଭଞ୍ଜ ଉତ୍ସବ ।

ଯାହାକି ରାଜଧାନୀର ଲୋକମାନଙ୍କୁ ସତେକି ସେହି ଜଙ୍ଗଲଘେରା ଅଞ୍ଚଳକୁ କିଛି ସମୟ ପାଇଁ ନେଇଯିବା ସହିତ ତାଙ୍କ ଖାଦ୍ୟ,ପରମ୍ପରାରେ ଓ କଳାସଂସ୍କୃତିରେ ଭୁଲାଇ ଦେବାର ଅନୁଭୂତି ଦେଇଛି । ଯେଉଁଥି ପାଇଁ ସହରରେ ରହୁଥିବା ମୟୂରଭଞ୍ଜିଆଙ୍କ ସମେତ ସେମାନଙ୍କୁ ଭଲ ପାଉଥିବା ଲୋକମାନେ ମଧ୍ୟ ସେହି ଅନୁଭୂତିରୁ କାଣିଚାଏ ବାସ୍ନା ବାରିବା ପାଇଁ ଭିଡ଼ ଜମାଉଥିବା ଦେଖାଯାଇଛି।

ଛଉ ନୃତ୍ୟରୁ ଭୁବନେଶ୍ବରରେ ଆରମ୍ଭ ହେଲା 9ମ ମୟୁରଭଞ୍ଜ ଉତ୍ସବ

ଉତ୍କଳ ମଣ୍ଡପରେ 3 ଦିନ ପାଇଁ ଚାଲିବାକୁଥିବା ଏହି ଉତ୍ସବକୁ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ସାଂସ୍କୃତିକ ସଂସଦର ଅଧ୍ୟକ୍ଷ ଅରୁଣ ରଥ, ପୂର୍ବତନ ସାଂସଦ ଓ ମନ୍ତ୍ରୀ ବିରଭଦ୍ର ସିଂ , ସିନେ ଅଭିନେତା ତଥା ଅନୁଷ୍ଠାନର ଉପସଭାପତି ଉତ୍ତମ ମହାନ୍ତି ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଉତ୍ତମ ମହାନ୍ତି ରାଜଧାନୀର ଜନସାଧାରଣମାନଙ୍କୁ ଏହି ଉତ୍ସବରେ ଯୋଗଦାନ କରି ମନୋରଞ୍ଜନ କରିବା ସହିତ ବାରିପଦାର ପ୍ରସିଦ୍ଧ ମୁଢିମାଂସ,ଦଳା ଖେଚୁଡ଼ି ,ରାମ ରୋଚକ ତରକାରୀ ଏବଂ ମଣ୍ଡା ଓ କାକରାର ମଜ୍ଜା ନେବାକୁ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ବୀର ବାଦ୍ୟ ର ତାଳେ ତାଳେ ସେହିପରି ମନୋମୁଗ୍ଧକର ଅଙ୍ଗଭଙ୍ଗୀ ପ୍ରଦର୍ଶନ।ଯେଉଁଥିପାଇଁ ଦେଶ ବିଦେଶରେ ପରିଚିତି ଲାଭ କରିଛି ଓଡିଶା ର ମୟୁରଭଞ୍ଜ ଛଉ ନୃତ୍ୟ।ସେହି ବୀର ରସପୂର୍ଣ ନୃତ୍ୟର ତାଳେ ତାଳେ ଆରମ୍ଭ ହୋଇଛି 9ମ ମୟୁରଭଞ୍ଜ ଉତ୍ସବ ।ଯାହାକି ରାଜଧାନୀର ଲୋକମାନଙ୍କୁ ସତେକି ସେହି ଜଙ୍ଗଲଘେରା ଅଞ୍ଚଳକୁ କିଛି ସମୟ ପାଇଁ ନେଇଯିବା ସହିତ ତାଙ୍କ ଖାଦ୍ୟ,ପରମ୍ପରାରେ ଓ କଳାସଂସ୍କୃତିରେ ଭୁଲାଇ ଦେବାର ଅନୁଭୂତି ଦେଉଛି।ଯେଉଁଥିପାଇଁ ସହରରେ ରହୁଥିବା ମୟୁରଭଞ୍ଜିଆଙ୍କ ସମେତ ସେମାନଙ୍କୁ ଭଲ ପାଉଥିବା କୋକମାନେ ମଧ୍ୟ ସେହି ଅନୁଭୂତିରୁ କାଣିଚାଏ ବାସ୍ନା ବାରିବା ପାଇଁ ଭିଡ଼ ଜମାଉଥିବା ଦେଖାଯାଏ।

Body: ଉତ୍କଳ ମଣ୍ଡପରେ 3 ଦିନ ପାଇଁ ଚାଲିବାକୁଥିବା ଏହି ଉତ୍ସବକୁ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ମୟୁରଭଞ୍ଜ ସାଂସ୍କୃତିକ ସଂସଦର ଅଧ୍ୟକ୍ଷ ଅରୁଣ ରଥ,ପୂର୍ବତନ ସାଂସଦ ଓ ମନ୍ତ୍ରୀ ଶ୍ରୀଯୁକ୍ତ ବିରଭଦ୍ର ସିଂ ,ସିନେ ଅଭିନେତା ତଥା ଅନୁଷ୍ଠାନର ଉପସଭାପତି ଉତ୍ତମ ମହାନ୍ତି ପ୍ରମୁଖ ଏହି ଉଦ୍ଘାଟନୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଶ୍ରୀଯୁକ୍ତ ଉତ୍ତମ ମହାନ୍ତି ରାଜଧାନୀର ଜନସାଧାରଣମାନଙ୍କୁ ଏହି ଉତ୍ସବରେ ଯୋଗ ଦାନ କରି ମନୋରଞ୍ଜନ କରିବା ସହିତ ବାରିପଦାର ପ୍ରସିଦ୍ଧ ମୁଢିମାଂସ,ଦଳା ଖେଚୁଡ଼ି ,ରାମ ରୋଚକ ତରକାରୀ ଏବଂ ମଣ୍ଡା ଓ କାକରା ର ମଜ୍ଜା ନେବାକୁ କହିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।
ବାଇଟ-ଉତ୍ତମ ମହାନ୍ତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.