ETV Bharat / city

କୋରୋନାକୁ ପରାସ୍ତ କଲେ ୯୮ ବର୍ଷିୟା ବୃଦ୍ଧା

କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଦେଶବାସୀ ଏବେ ଭୟଭୀତ । ଲକ୍‌ଡାଉନ ଓ ସଟ୍‌ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ । ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଏକ ଖୁସିର ଖବର । ଭୁବନେଶ୍ୱରସ୍ଥିତ ଏହି ହସ୍ପିଟାଲରେ କୋରୋନାକୁ ପରାସ୍ତ କରିଛନ୍ତି ଜଣେ ୯୮ ବର୍ଷିୟା ବୃଦ୍ଧା। ଅଧିକ ପଢନ୍ତୁ...

author img

By

Published : May 13, 2021, 6:34 PM IST

କୋରୋନାକୁ ପରାସ୍ତ କଲେ ୯୮ ବର୍ଷିୟା ବୃଦ୍ଧା
କୋରୋନାକୁ ପରାସ୍ତ କଲେ ୯୮ ବର୍ଷିୟା ବୃଦ୍ଧା

ଭୁବନେଶ୍ବର: କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଦେଶବାସୀ ଏବେ ଭୟଭୀତ । ଲକ୍‌ଡାଉନ ଓ ସଟ୍‌ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ । କିଏ ପୁଣି କୋରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଏକ ଖୁସିର ଖବର । ଭୁବନେଶ୍ୱରସ୍ଥିତ ଏହି ହସ୍ପିଟାଲରେ କୋରୋନାକୁ ପରାସ୍ତ କରିଛନ୍ତି ଜଣେ ୯୮ ବର୍ଷିୟା ବୃଦ୍ଧା ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ବିଶ୍ୱାଳ ନାମକ ଏହି ବରିଷ୍ଠ ବୃଦ୍ଧା ଜଣକ ଗତ ମେ ୫ ତାରିଖରେ କୋରୋନା ସଂକ୍ରମିତ ହୋଇଥିଲେ । ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ସେ ପୀଡିତ ଥିବାବେଳେ କୋରୋନା ସଂକ୍ରମିତ ହେବା ପରେ ସେ ଅସୁସ୍ଥ ହୋଇଥିଲେ ।

ତୁରନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ ସମ୍ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତ୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୁଳମଣି ବିଶ୍ୱାଳ କହିଛନ୍ତି ।

ଜେଜେମା ଘରକୁ ଫେରିବା ପରେ ଖୁସିରେ ଆତ୍ମହରା ହୋଇଉଠିଛନ୍ତି ନାତି ରାକେଶ ବିଶ୍ୱାଳ ଓ ନାତୁଣୀ ବୋହୁ ରାଜଶ୍ରୀ ବିଶ୍ୱାଳ । କୋରୋନା ହେବା ପରେ ଜେଜେମା ଆଉ ଘରକୁ ଫେରିବେ ବୋଲି ଆମେ ବିଶ୍ୱାସ କରିନଥିଲୁ । କିନ୍ତୁ ସେ ସୁସ୍ଥ ହୋଇ ଫେରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛୁ ବୋଲି କହିଛନ୍ତି ନାତି ରାକେଶ ।

ସେହିପରି ହସ୍ପିଟାଲର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଉଥିବା ହେଲ୍ପଲାଇନ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ନାତୁଣୀ ବୋହୁ ରାଜଶ୍ରୀ ବିଶ୍ୱାଳ । ଜେଜେମାଙ୍କର ଖୁବ୍ ସେବା କରାଯାଇଛି ଏବଂ ହେଲ୍ପଲାଇନ ପକ୍ଷରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପରିବାରକୁ ଦିଆଯିବା ସହ ଅନେକ ସହଯୋଗ କରାଯାଉଥିବା ପ୍ରଶଂସା କରିଛନ୍ତି ରାଜଶ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.