ETV Bharat / city

ରାଜ୍ୟରୁ ଦିନକରେ 8735 ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

author img

By

Published : Jun 1, 2021, 9:10 AM IST

Updated : Jun 1, 2021, 10:41 AM IST

ରାଜ୍ୟରେ ଗତ 24 ଘଣ୍ଟାରେ 8 ହଜାର 735 କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

ସଂକ୍ରମଣରେ ଲାଗୁନି ବ୍ରେକ: ଦିନକରେ 8735 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଥମିବାର ନା ଧରୁନି କୋରୋନାର ଦୈନିକ ସଂକ୍ରମଣ । ସୋମବାର 8ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ24 ଘଣ୍ଟାରେ ପୁଣି 8 ହଜାର 735 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 4892 ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ 3843 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1222 ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ 456, ବାଲେଶ୍ବରରୁ 566, ବରଗଡ଼ରୁ 193, ଭଦ୍ରକରୁ 147, ବଲାଙ୍ଗୀରରୁ 49, ବୌଦ୍ଧରୁ 137, କଟକରୁ 673, ଦେବଗଡ଼ରୁ 63, ଢେଙ୍କାନାଳରୁ 503, ଗଜପତିରୁ 80, ଗଞ୍ଜାମରୁ 156, ଜଗତସିଂହପୁରରୁ 382, ଯାଜପୁରରୁ 507ଜଣ ଝାରସୁଗୁଡ଼ାରୁ 157, କଳାହାଣ୍ଡିରୁ177, କନ୍ଧମାଳରୁ 65, କେନ୍ଦ୍ରାପଡ଼ାରୁ 387, କେନ୍ଦୁଝରରୁ 179, କୋରାପୁଟରୁ 255 , ମାଲକାନଗିରିରୁ 96, ମୟୂରଭଞ୍ଜରୁ 342, ନବରଙ୍ଗପୁରରୁ 264, ନୟାଗଡ଼ରୁ 285, ନୂଆପଡ଼ାରୁ 40, ପୁରୀରୁ 467, ରାୟଗଡ଼ାରୁ 90, ସମ୍ବଲପୁରରୁ 177, ସୋନପୁରରୁ 156, ସୁନ୍ଦରଗଡ଼ରୁ 244, ଏବଂ ଷ୍ଟେଟ୍‌ ପୁଲ୍‌ରୁ 220 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 73 ହଜାର 732ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 1, 2021, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.