ଭୁବନେଶ୍ବର: ଉତ୍କଳ ଦିବସ ସହ ସାରାରେ ରାଜ୍ୟ ଆଜି 86ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ରାଜଧାନୀ ଭୁବନେଶ୍ବର ଓ ମାଲକାନଗିରରେ ମଧ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ବର ରିଜର୍ଭ ଗ୍ରାଉଣ୍ଡରେ ଦୀକ୍ଷାନ୍ତ ପରେଡ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ୧୯ ଜଣ ପୋଲିସ ଅଫିସର ଏବଂ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।
କଟକ-ଭୁବନେଶ୍ୱର ପୋଲିସ ତଥା କମିଶନରେଟ ଆଗାମୀ ଦିନରେ ଉତମ ସେବା ଏବଂ ସେବାର ମାନ ଅଧିକା କରିବା ଦିଗରେ ସଂକଳ୍ପବଦ୍ଧ। ପୋଲିସର କାର୍ଯ୍ୟ ଓ ବ୍ୟବହାର ଦିଗରେ କିଭଳି ଲୋକଙ୍କ ନିକଟତର ହୋଇପାରିବେ ସେନେଇ ସେ ପରାମର୍ଶ ଦେଇଛନ୍ତି । ଦ୍ଵୈତ ନଗରୀରର ଦାଇତ୍ୱ ଭାର ଓଡ଼ିଶା ପୋଲିସ ଉପରେ ରହିଛି। ସେମାନଙ୍କ ଧନ ଜୀବନ ସୁରକ୍ଷା ହିଁ କମିଶନରେଟ ପୋଲିସ ପ୍ରାଥମିକତା ବୋଲି ଅଭିଭାଷଣ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପୋଲିସ କମିଶନର ପଢ଼ି ଶୁଣାଇଥିଲେ ।
ଅନୁରୂପ ଭାବରେ ମାଲକାନଗିରି ପୋଲିସ ପଡ଼ିଆରେ ମଧ୍ୟ ରାଜ୍ୟ ପୋଲିସର ୮୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲାର ୧୦ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ପରେଡ। ପରେଡ ଅଭିବାଦନ ଗ୍ରହଣ କରିଥିଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ। ଏହାପରେ ସେ ମଧ୍ୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଦେଇଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ