ETV Bharat / city

STATE CORONA; ଦିନକରେ 805 ପଜିଟିଭ ଚିହ୍ନଟ, 131 ଶିଶୁ ଆକ୍ରାନ୍ତ - କୋରୋନା ଅପଡେଟ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ଗତ ୨୪ ଘଣ୍ଟା ମଧ୍ୟରେ 805 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA; ଦିନକରେ 805 ପଜିଟିଭ ଚିହ୍ନଟ, 131 ଶିଶୁ ଆକ୍ରାନ୍ତ

author img

By

Published : Sep 5, 2021, 9:39 AM IST

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । କିନ୍ତୁ ଏପଟେ ମୁଣ୍ଡବ୍ୟଥାର କାରଣ ପାଲଟିଛି ଶିଶୁ ସଂକ୍ରମଣ । ଦୈନିକ 100ରୁ ଊର୍ଦ୍ଧ୍ବ ଶିଶୁ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ 805 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 467 ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ 338 ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର 131 ଜଣ ପଜିଟିଭ ରହିଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 346 ଜଣ ଥିବାବେଳେ ଅନୁଗୋଳରୁ 13, ବାଲେଶ୍ବରରୁ 30, ବରଗଡ଼ରୁ 5, ଭଦ୍ରକରୁ 14, ବୌଦ୍ଧରୁ 3, କଟକରୁ 98, ଦେବଗଡ଼ରୁ 5, ଢେଙ୍କାନାଳରୁ 11, ଗଜପତିରୁ 1, ଗଞ୍ଜାମରୁ 6, ଜଗତସିଂହପୁରରୁ 17, ଯାଜପୁରରୁ 19, ଝାରସୁଗୁଡାରୁ 2, କେନ୍ଦ୍ରାପଡାରୁ ୩୩, କେନ୍ଦୁଝରରୁ 8, କୋରାପୁଟରୁ 4, ମାଲକାନଗିରିରୁ 2, ମୟୂରଭଞ୍ଜରୁ 37, ନବରଙ୍ଗପୁରରୁ 7, ନୟାଗଡ଼ରୁ 10, ପୁରୀ 12, ରାୟଗଡ଼ାରୁ 2, ସମ୍ବଲପୁରରୁ 21,ସୋନପୁରରୁ 6, ସୁନ୍ଦରଗଡ଼ରୁ 16 ଏବଂ ଷ୍ଟେଟ ପୁଲ୍‌ରୁ 84 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 11 ହଜାର 558ରେ ପହଞ୍ଚିଛି । ଏବେ ସୁଧା 9 ଲକ୍ଷ 96 ହଜାର 300 ଜଣ ଆରୋଗ୍ୟ ଲାଭ କରିଛନ୍ତି । 7ହଜାର 158 ସକ୍ରିୟ ମାମଲା ରହିଛି । ଶନିବାର ସୁଧା 18 କୋଟି 4ଲକ୍ଷ 11 ହଜାର 864 ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.