ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ 8ଟି ନୂଆ ଅତିଥି । ତେବେ 8 ନୂଆ ଜୀବଙ୍କୁ ଇନ୍ଦୋର କମାଲାନେହୁରୁ ପ୍ରାଣୀ ସଂଗ୍ରହାଳୟରୁ ଅଣାଯାଇଛି । ନୂଆବର୍ଷ ପାଇଁ ଏହା ହେଉଛି ପର୍ଯ୍ୟଟକଙ୍କୁ ଭେଟି । ଗୋଟିଏ ଧଳା ବାଘ ଗୋଟିଏ କଳା ଲୁମ ଯୁକ୍ତ ବାଘ, 3ଟି ଘଡ଼ିଆଳ କୁମ୍ଭୀର ଓ ପକ୍ଷୀ ସମେତ 8 ଟି ପ୍ରାଣୀ ବଦଳରେ ଏହି 8 ଟି ନୂଆ ଅତିଥି ଆସିଛନ୍ତି ।
8ଟି ଜୀବ ମଧ୍ୟରେ 2ଟି ସିଂହୀ, 2ଟି ଧୂସର ଗଧିଆ, 3ଟି ଘଡ଼ିଆଳ କୁମ୍ଭୀର ଓ ଗୋଟିଏ କୋକିସିଆଳି ଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ