ETV Bharat / city

7ଟି ଶିଳ୍ପ ପ୍ରକଳ୍ପ ଅନୁମୋଦିତ, 511 କୋଟି ବିନିଯୋଗରେ ନିଯୁକ୍ତି ପାଇବେ 6400

author img

By

Published : Dec 15, 2021, 10:09 PM IST

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ SLSWCA ର ଗୁରୁତ୍ୱପୂର୍ଣ୍ଣ ବୈଠକରେ 7ଟି ପ୍ରକଳ୍ପକୁ ଅନୁମୋଦନ । ଖର୍ଚ୍ଚ ହେବ 511.19 କୋଟି ଟଙ୍କା । ନିଯୁକ୍ତି ପାଇବେ 6,400 ଜଣ । ଅଧିକ ପଢନ୍ତୁ

SLSWCA ଦ୍ୱାରା 7ଟି ଶିଳ୍ପ ପ୍ରକଳ୍ପ ଅନୁମୋଦିତ, 511 କୋଟି ବିନିଯୋଗରେ ନିଯୁକ୍ତି ପାଇବେ 6400

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତା ଆଜି ବସିଥିଲା SLSWCA (The State Level Single Window Clearance Authority) ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିସି ଜରିଆରେ ବସିଥିବା ରାଜ୍ୟସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ 7ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । 511.19 କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ 6,402 ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ବୈଠକରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲର ଏମଡି ଭୁପିନ୍ଦର ସିଂ ପୁନିଆ ଓ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA)ର 106ତମ ବୈଠକରେ 7ଟି ଶିଳ୍ପ ପ୍ରକଳ୍ପ ଅନୁମୋଦନ ପାଇଛି । 511.19 କୋଟି ମୂଲ୍ୟର ଏହି 7 ପ୍ରକଳ୍ପ ପ୍ରତିଷ୍ଠା ଫଳରେ ରାଜ୍ୟରେ 6,402 ରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା ରଖାଯାଇଛି । ଅନୁମୋଦିତ ପ୍ରକଳ୍ପଗୁଡିକ ମଧ୍ୟରେ ବୟନ ଓ ପୋଷାକ ଏବଂ ପେପର ଶିଳ୍ପ ରହିଛି ।

ଅନୁମୋଦିତ ଶିଳ୍ପ ହେଲା:-

1- ଖୋର୍ଦ୍ଧା ଜିଲ୍ଲାର ଚନ୍ଦକାରେ ପୁରୁଷ ଏବଂ ମହିଳା ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ ହେବ । ଅମ୍ବାଟୁର ଫ୍ୟାଶନ ପକ୍ଷରୁ 51 କୋଟି ବିନିଯୋଗରେ ଏହି ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବାବେଳେ ଏଥିରେ 4,700 ଜଣ ନିଯୁକ୍ତି ପାଇବେ ।

2- ସେହିପରି ଖୋର୍ଦ୍ଧା ଜିଲ୍ଲା ଛତାବରରେ ଏକ ବୟନ ଶିଳ୍ପ ପ୍ରତିଷ୍ଠା ହେବ । ୱାଇଲ୍ଡ ଲୋଟସ୍ ଫ୍ୟାଶନ୍ ପକ୍ଷରୁ ଏହି ଶିଳ୍ପ ଲାଗି 52.62 କୋଟି ବିନିଯୋଗ ହେବ । ଏଥିରେ 560 ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

3- ବାଲେଶ୍ଵର ସୋମନାଥପୁରରେ ବନସୀ ଲକ୍ଷ୍ମୀ ପ୍ରାଇଭେଟ ଲିମିଟେଡ ଦ୍ୱାରା ଦିନକୁ 300 ଟନ୍ କ୍ଷମତା ବିଶିଷ୍ଟ ଏକ ନୂତନ କ୍ରାଫ୍ଟ ପେପର ୟୁନିଟ୍ ସ୍ଥାପନ ହେବ । ଏଥିରେ 120 କୋଟି ବିନିଯୋଗ ହେବାକୁ ଥିବାବେଳେ ଏଥିରେ ପ୍ରାୟ 750 ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

4- ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ବୌଦ୍ଧରେ ପ୍ରତିଷ୍ଠା ହେବ 10 ମେଗାୱାଟ ସୋଲାର ପାୱାର ପ୍ଲାଣ୍ଟ । ଅନୁମୋଦନ ଲାଭ କରିଥିବା ପ୍ରକଳ୍ପରେ 52.28 କୋଟି ବିନିଯୋଗ ହେବ । 65 ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

5- ଭୁବନେଶ୍ୱରରେ ପ୍ରାଚୀ ରିସୋର୍ଟ ଦ୍ୱାରା ଏକ 4 ତାରକା ହୋଟେଲ ପ୍ରତିଷ୍ଠା ହେବ । ହୋଟେଲ ଲାଗି ବିନିଯୋଗ ହେବ 63.30 କୋଟି ଟଙ୍କା । ଏଥିରେ 85 ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

6- ସେହିଭଳି ସିଗମା ଟ୍ୟୁବ୍ ଏବଂ ପାଇପ୍ସ ପକ୍ଷରୁ ସମ୍ବଲପୁରର ରେଙ୍ଗାଲୀରେ 5,00,000 MT ଟ୍ୟୁବ୍ ଏବଂ ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ ହେବ । 51.99 କୋଟି ବିନିଯୋଗରେ ଏହି ଉତ୍ପାଦନ ୟୁନିଟରେ 60ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

7- ଅନ୍ୟତମ ପ୍ରକଳ୍ପ ଭାବେ ସମ୍ପ୍ରସାରିତ ହେବ କେନ୍ଦୁଝର ବଡ଼ବିଲରେ ଥିବା PTCL ଇନଫ୍ରା. ଲିମିଟେଡ୍ ଆଇରନ ଓର ପ୍ଲାଣ୍ଟ । 1.5 MTPA କ୍ଷମତାରୁ 2.5 MTPA କୁ ଏହାକୁ ସମ୍ପ୍ରସାରଣ କରାଯିବାକୁ ଲକ୍ଷ ରଖାଯାଇଥିବା ବେଳେ ଏଥିରେ 120 କୋଟି ବିନିଯୋଗ ହେବ । ଏଥିରେ 182ରୁ ଅଧିକ ବ୍ୟକ୍ତି ନିଯୁକ୍ତି ପାଇବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.