ETV Bharat / city

ଦିନକରେ ରାଜଧାନୀରୁ 69 ଆକ୍ରାନ୍ତ ଚିହ୍ନଟ

author img

By

Published : Nov 3, 2020, 10:13 PM IST

ରାଜଧାନୀବାସୀଙ୍କ ପାଇଁ ଆଶ୍ବସ୍ଥି ଖବର । ଧୀରେଧିୀରେ ଭୁବନେଶ୍ବରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଦିନକରେ ରାଜଧାନୀରୁ 69 ଆକ୍ରାନ୍ତ ଚିହ୍ନଟ
ଦିନକରେ ରାଜଧାନୀରୁ 69 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଧିରେ ଧିରେ ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ 69 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 180 ସୁସ୍ଥ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ପାର୍ କରିଛି ।

ତେବେ 69 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 14 ଚିହ୍ନଟ ହୋଇ ଥିବାବେଳେ ସ୍ଥାନୀୟ ସଂକ୍ରମଣ 55 ରେ ପହଁଚିଛି । ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 170 ଛୁଇଁଛି।
ହୋମ କ୍ଵରେଣ୍ଟାଇ ରେ 14ଙ୍କ ମାଧ୍ୟରୁ ଚନ୍ଦ୍ରଶେଖରପୁର, ସୁନ୍ଦରପଦା ଓ ମଞ୍ଚେଶ୍ବରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ବଡଗଡ ଆଇଆରସି ଭଲେଜ, ପଟିଆ, ଓଲଡ଼ ଟାଉନ, ୟୁନିଟ 9 ଓ ବିଜେବି ନଗର ଅଂଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି।
ତେବେ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ସହିଦନଗରରୁ 5, ରସୁଲଗଡ଼ ଓ ନୟାପଲ୍ଲୀରୁ 4, ପଟିଆ, ଗ୍ୟାରେଜ ଛକ ଓ ଓଲ୍ଡଟାଉନରୁ 3, ବଡଗଡ, ରମୁଣ୍ଡା, ଭରତପୁର, ମଞ୍ଚେଶ୍ୱର, ଜୟଦେବ ବିହାର ଓ ଚନ୍ଦ୍ରଶେଖରପୁର 2 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ମୋଟ 2 ଲକ୍ଷ 93 ହଜାର79 ଆକ୍ରାନ୍ତ ହୋଇ ଥିବାବେଳେ 28 ହଜାର 138 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ସକ୍ରିୟ ମାମଲା 1050 ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.