ETV Bharat / city

ଭୁବନେଶ୍ୱରରେ ପୁଣି 9 କୋରୋନା ଆକ୍ରାନ୍ତ ଚିହ୍ନଟ, 3 ସ୍ୱାସ୍ଥ୍ୟକର୍ମୀ

author img

By

Published : Jun 18, 2020, 3:36 PM IST

ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ପୁଣି 9 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 9 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ କ୍ବାରେଣ୍ଟିନ ସେଣ୍ଟରରୁ ଆସିଥିବା ବେଳେ 2 ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏଥିସହ ସେମାନଙ୍କ ମଧ୍ୟରୁ 3 ଜଣ କୋରୋନା ଯୋଦ୍ଧା ଥିବା ଜଣାପଡିଛି ।

corona
ଭୁବନେଶ୍ୱରରେ ପୁଣି 9 କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ପୁଣି 9 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 9 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ କ୍ବାରେଣ୍ଟିନ ସେଣ୍ଟରରୁ ଆସିଥିବା ବେଳେ 2 ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏଥିସହ ସେମାନଙ୍କ ମଧ୍ୟରୁ 3 ଜଣ କୋରୋନା ଯୋଦ୍ଧା ଥିବା ଜଣାପଡିଛି ।

9 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜଣେ ମହିଳା ନିକଟରେ ବିହାରରୁ ଫେରିଥିବା ବେଳେ ଆଉଜଣେ ମହିଳା କଲିକତାରୁ ଫେରିଛନ୍ତି । ସେହିପରି ଜଣେ ବ୍ୟକ୍ତି ଦିଲ୍ଲୀ ଫେରନ୍ତା। ଏଥିସହ ଜଣେ ଆକ୍ରାନ୍ତ ସାଳିଆସାହିର ଥିବା ଜଣାପଡିଛି। ଏଥିସହ 3 ଜଣ କୋରୋନା ଯୋଦ୍ଧା ମେଡିକାଲର କର୍ମଚାରୀ ଅଛନ୍ତି । ସେହିପରି ଭାବରେ 2 ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି।

ପ୍ରକାଶ ଥାଉକି, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱରରେ 158 ଜଣ ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 82 ଜଣ ସୁସ୍ଥ, 72 ଜଣ ଆକ୍ଟିଭ ଏବଂ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.