ETV Bharat / city

STATE CORONA DEATH: ଆଉ 68 ଜଣଙ୍କ ଜୀବନ ନେଲା କିଲର ଭାଇରସ - କୋରୋନା

ରାଜ୍ୟରେ କମୁନାହିଁ କୋରୋନା ମୃତ୍ୟୁର ତାଣ୍ଡବ । ଆଜି ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୮ ଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ....

68 covid patients died in state
STATE CORONA DEATH :68 ଜଣଙ୍କ ଜୀବନ ନେଲା କିଲର ଭାଇରସ
author img

By

Published : Jul 31, 2021, 10:37 AM IST

ଭୁବନେଶ୍ବର: ରାଜ୍ୟରେ କମୁନାହିଁ କୋରୋନା ମୃତ୍ୟୁର ତାଣ୍ଡବ । ଆଜି ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୮ ଜଣଙ୍କ ଜୀବନ ଯାଇଛି । ୬୮ ମୃତକଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୮ ଜଣ ଥିବା ବେଳେ ଖୋର୍ଦ୍ଧା ଓ ଗଞ୍ଜାମରୁ ୭ ଜଣ ,ବାଲେଶ୍ୱର ଓ ପୁରୀରୁ ୫ ଜଣ , କଟକ ଓ ମୟୂରଭଞ୍ଜରୁ ୪ ଜଣ, ବରଗଡ଼, ବଲାଙ୍ଗୀର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ରୁ ୩ ଜଣଙ୍କର ମୁଣ୍ତ ନେଇଛି ଭାଇରସ ।

ସେହିପରି,ଭଦ୍ରକରୁ ୨, ଜଗତସିଂହପୁରରୁ ୨, କଳାହାଣ୍ଡିରୁ ୨, ସମ୍ବଲପୁର ୨ ଓ ନବରଙ୍ଗପୁରରୁ ୨ ଜଣ ମୃତ୍ୟୁ ହୋଇଛି । ବୌଦ୍ଧରୁ ୧ , ଯାଜପୁର ୧ ଓ କନ୍ଧମାଳରୁ ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହା ସହିତ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୫୯୦୨କୁ ବୃଦ୍ଧି ହୋଇଛି ।

ରାଜ୍ୟରେ ଆଜି ୧୫୭୮ଟି ନୂଆ କେସ୍ ଆସିବା ପରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ରେ ପହଞ୍ଚିଛି । ସେଥି ମଧ୍ୟରୁ ୯୧୫ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୬୩ଟି ଲୋକାଲ କେସ ରହିଛି । ରାଜ୍ୟରେ ଆଜି ବି ଦୁଇ ହଜାର ତଳେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ । ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ଅଗଷ୍ଟ ପହିଳା ଯାଏଁ ଆଂଶିକ କଟକଣା ବଳବତ୍ତର ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.