ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସରକାରୀ ମାଧ୍ୟମିକ ହାଇସ୍କୁଲ ଗୁଡ଼ିକରେ ନିଯୁକ୍ତ ହେବେ 6720 TGT ଶିକ୍ଷକ । ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେବେ କଳା ଓ ବିଜ୍ଞାନରେ 6695 ଜଣ ଓ 25ଟି ତେଲୁଗୁ ଶିକ୍ଷକ ପଦ ପୂରଣ କରାଯିବା ନେଇ ସୂଚନା ମିଳିଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ତେବେ କଳାରେ 3136 ଫ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ (TGT) ନିଯୁକ୍ତ ହେବେ। ଯେଉଁଥିରେ ସାଧାରଣ ବର୍ଗଙ୍କ ପାଇଁ 1156, STଙ୍କ ପାଇଁ 1210, SCଙ୍କ ପାଇଁ 642 ଓ ଏସସିବିସିଙ୍କ ପାଇଁ 128 ପଦବୀ ସଂରକ୍ଷିତ ରହିଛି । କଟକ ଜିଲ୍ଲାରେ ସର୍ବାଧିକ 270 ପଦ ପୂରଣ ହେବାକୁ ଥିବା ବେଳେ ଗଞ୍ଜାମରେ 238, ଯାଜପୁରରେ 206, ସୁନ୍ଦରଗଡ଼ରେ 182, ଖୋର୍ଧାରେ 176, ମୟୂରଭଞ୍ଜରେ 158, ପୁରୀରେ 145, କେନ୍ଦୁଝରରେ 141, ବଲାଙ୍ଗୀରରେ 136, ଜଗତସିଂହପୁରରେ 132, ଢେଙ୍କାନାଳରେ 129, ଅନୁଗୁଳରେ 120, କଳାହାଣ୍ଡିରେ 119, ନୟାଗଡ଼ରେ 119, ବାଲେଶ୍ବରରେ 114 ଜଣ ଶିକ୍ଷକଙ୍କ ପଦ ପୂରଣ କରାଯିବ।
ସେହିଭଳି ବିଜ୍ଞାନର PCM ଟିଜିଟିରେ 1842 ଜଣ ଶିକ୍ଷକ ପଦ ପୂରଣ କରାଯିବ । ସାଧାରଣ ବର୍ଗଙ୍କ ଶିକ୍ଷକଙ୍କ ପାଇଁ 650 ପଦ ଥିବାବେଳେ STଙ୍କ ପାଇଁ 814, SCଙ୍କ ପାଇଁ 360 ଓ ଏସିବିସିଙ୍କ ପାଇଁ 18ଜଣ ଶିକ୍ଷକଙ୍କ ପଦ ରହିଛି । ଏଥିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 165, ପୁରୀ 132, ବୌଦ୍ଧ 100, ମୟୂରଭଞ୍ଜ 97, ସୁନ୍ଦରଗଡ 89, ସୋନପୁର 20, ସୁବର୍ଣ୍ଣପୁର 54, ନୂଆପଡା 32, ନୟାଗଡ 68, କେନ୍ଦୁଝର 85, କଳାହାଣ୍ଡି 72, ଯାଜପୁର 71, ବଲାଙ୍ଗୀର 87 ଜଣ ଶିକ୍ଷକଙ୍କ ପଦ ନିଯୁକ୍ତ କରାଯିବ।
ସେହିଭଳି ଭାବରେ ବିଜ୍ଞାନର CBZର TGTରେ ପୂରଣ ହେବାକୁ ଥିବା 1717 ପଦ ରହିଛି। ଏଥିରେ ସାଧାରଣ ବର୍ଗଙ୍କ ପାଇଁ 629, STଙ୍କ ପାଇଁ 724, SCଙ୍କ ପାଇଁ 350 ଏବଂ SEBCଙ୍କ ପାଇଁ 14 ଟି ପଦବୀ ରହିଛି। ସେଥିମଧ୍ୟରୁ ସର୍ବାଧିକ ଗଞ୍ଜାମରେ 141, କଟକ 106, ପୁରୀ 101, ବଲାଙ୍ଗୀର 85, ଯାଜପୁର 75, ଝାରସୁଗୁଡା 27, କେନ୍ଦୁଝର 73, ମୟୂରଭଞ୍ଜ 79, ସୁନ୍ଦରଗଡ 91 ଜଣ ଶିକ୍ଷକଙ୍କ ପଦ ପାଇଁ ନିଯୁକ୍ତ କରାଯିବ।
ଅନ୍ୟପଟେ 25 ଜଣ ଶିକ୍ଷକ ତେଲୁଗୁ ଶିକ୍ଷକ ପଦ ମଧ୍ୟ ରହିଛି। ସେଥିମଧ୍ୟରୁ ସର୍ବାଧିକ ଗଞ୍ଜାମରେ 22, ଖୋର୍ଦ୍ଧାରେ 2 ଓ ଗଜପତି ଜିଲ୍ଲାରେ ଗୋଟିଏ ପଦବୀ ରହିଛି । ଏଥିରେ ସାଧାରଣ ବର୍ଗଙ୍କ ପାଇଁ 13ଟି, SCଙ୍କ ପାଇଁ 8ଟି ଏବଂ STଙ୍କ ପାଇଁ 4 ଟି ପଦବୀ ସଂରକ୍ଷିତ ରଖାଯାଇଥିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ