ETV Bharat / city

STATE CORONA: ଦିନକରେ ୬୫୨ ପଜିଟିଭ ଚିହ୍ନଟ, ୯୨ ଶିଶୁ ଆକ୍ରାନ୍ତ - ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫୨ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୨ ଶିଶୁ ଆକ୍ରାନ୍ତ । ଅଧିକ ପଢନ୍ତୁ...

STATE CORONA: ୨୪ ଘଣ୍ଟାରେ ୬୫୨ ପଜିଟିଭ ଚିହ୍ନଟ, ୯୨ ଶିଶୁ ଆକ୍ରାନ୍ତSTATE CORONA: ୨୪ ଘଣ୍ଟାରେ ୬୫୨ ପଜିଟିଭ ଚିହ୍ନଟ, ୯୨ ଶିଶୁ ଆକ୍ରାନ୍ତ
STATE CORONA: ୨୪ ଘଣ୍ଟାରେ ୬୫୨ ପଜିଟିଭ ଚିହ୍ନଟ, ୯୨ ଶିଶୁ ଆକ୍ରାନ୍ତ
author img

By

Published : Oct 10, 2021, 10:23 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତକାଲି ୫୨୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ୬୫୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୨ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୩୮୦ ଜଣ ଥିବା ବେଳେ ୨୭୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିପରି ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୩୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ ୧, ବାଲେଶ୍ବରରୁ ୧୯, ବରଗଡରୁ ୩, ଭଦ୍ରକରୁ ୭, ବଲାଙ୍ଗୀରରୁ ୩, କଟକରୁ ୭୦, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୦, ଝାରସୁଗୁଡା ୧, କେନ୍ଦ୍ରାପଡ଼ାରୁ ୨୬, କୋରାପୁଟରୁ ୧, ମୟୂରଭଞ୍ଜରୁ ୨୯, ନୟାଗଡ ୬, ନୂଆପଡାରୁ ୧, ପୁରୀ ୧୪, ରାୟଗଡାରୁ ୨, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୫ ଏବଂ ଷ୍ଟେଟ ପୁଲ୍‌ରୁ ୭୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.