ETV Bharat / city

ରାଜ୍ୟରେ ଆଉ 65 କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ 737କୁ ବୃଦ୍ଧି - କୋରୋନା ଆକ୍ରାନ୍ତ

ରାଜ୍ୟରେ ଶୁକ୍ରବାର 65 ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 737ରେ ପହଁଛି । ଅଧିକ ପଢନ୍ତୁ...

ରାଜ୍ୟରେ ଆଉ 65 କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ 737କୁ ବୃଦ୍ଧି

author img

By

Published : May 16, 2020, 11:37 AM IST

ଭୁବନେଶ୍ବର: ଥମୁନାହିଁ ମହାମାରୀ କୋରୋନା ଆତଙ୍କ । ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ଦିନକୁ ଦିନ ବଢ଼ିବାରେ ଲାଗୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ରାଜ୍ୟରେ ଆଉ 65 ଆକ୍ରାନ୍ତ ଚିନ୍ତାଟ ହୋଇଛି । ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା ରାଜ୍ୟରେ କୋରୋନା ପଜିଟିଭ ମାମଲା 737 ରେ ପହଁଛି।

ରାଜ୍ୟରେ ଆଉ 65 କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ 737କୁ ବୃଦ୍ଧି

ଶନିବାର ରାଜ୍ୟରେ ଚିହ୍ନଟ ହୋଇଥିବା 56 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ 31, ଗଞ୍ଜାମରୁ 13, କଟକରୁ 6, ଖୋର୍ଦ୍ଧା ରେ 3, ମୟୁରଭଞ୍ଜରୁ 2, ନୟାଗଡରୁ 2 ଏବଂ କେନ୍ଦ୍ରାପଡା ଓ ପୁରୀରୁ 4ଟି ଲେଖାଏଁ ପଜିଟିଭ ବାହାରିଛନ୍ତି ।

କେନ୍ଦ୍ରାପଡାରେ ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତ ସୁରଟ ଫେରନ୍ତା ଓ ସେମାନେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମାର୍ଶାଘାଇ ବ୍ଲକର ଥିବା ବେଳେ ଅନ୍ୟଜଣେ ମହାକାଳପଡ଼ା ବ୍ଲକର ବୋଲି ଜଣାପଡିଛଇ। ସମସ୍ତ ଆକ୍ରାନ୍ତଙ୍କୁ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଯେହେତୁ ସମସ୍ତେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ତେଣୁ ଏଥିରେ ଜନସାଧାରଣ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ଅନ୍ୟପକ୍ଷେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସହିତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ୟ ପ୍ରବାସୀ ମାନଙ୍କର ସ୍ବାବ ଟେଷ୍ଟ କରାଯିବା ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

ଗଞ୍ଜାମରେ ମୋଟ 277 ରାଜ୍ୟର ସର୍ବାଧିକ ଆକ୍ରାନ୍ତ ରହିଛନ୍ତି। ସେହିପରି ଏବେସୁଦ୍ଧା ଖୋର୍ଦ୍ଧାରେ 56, ଯାଜପୁରରେ 121, କେନ୍ଦ୍ରାପଡାରେ 26, କଟକରେ 10, ପୁରୀରେ 18ଟି ପଜିଟିଭ ମାମଲା ମିଳିସାରିଲାଣି । ନୟାଗଡରେ ମୋଟ ଆକ୍ରାନ୍ତ 6 ରେ ପହଁଛିଥିବା ବେଳେ ମୟୁରଭଞ୍ଜରେ 11ରେ ମୋଟ ଆକ୍ରାନ୍ତ ପହଞ୍ଚିଛି। ସେପଟେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 737ରେ ପହଁଛିଛି। ଅନ୍ୟପକ୍ଷେ ସକ୍ରିୟ ପଜିଟିଭ ମାମଲା 568 ରହିଥିବା ବେଳେ 166 ଜଣ ସୁସ୍ଥ ହୋଇଥଛନ୍ତି । ରାଜ୍ୟରେ ଏବେ ଯେଏଁ 3 ଜଣ କୋରୋନାରେ ପ୍ରାଣ ହରାଇସାରିଲେଣି ।

ଭୁବନେଶ୍ବରରୁ ବିକାଶ ଦାସଙ୍କ ସହ କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.