ଭୁବନେଶ୍ବର: ବାଲିଅନ୍ତା ଥାନା ଅଟଳା ଫାଣ୍ଡି SBI ବ୍ରାଞ୍ଚରୁ ଡକାୟତି ଉଦ୍ୟମ ଘଟଣା । ଲୁଟେରାକୁ ଗୋଡାଇ ଗୋଡାଇ କାବୁ କରିବା ପରେ ଚର୍ଚ୍ଚାରେ ସ୍ଥାନୀୟ ଯୁବକ । ଯୁବକଙ୍କ ଏହି ସାହସିକତା ପାଇଁ ସେମାନଙ୍କୁ ସମ୍ମାନିତ କଲେ ଡିସିପି ଉମାଶଙ୍କର ଦାସ ।
ସୂଚନାଯୋଗ୍ୟ, ମଙ୍ଗଳବାର ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ SBI ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ଖେଳନା ବନ୍ଧୁକ ମୁନରେ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରି ବ୍ୟାଙ୍କ ପାଚେରୀ ଡେଇଁ ଖସି ଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ବ୍ୟାଙ୍କରୁ ଚୋରି କରି ଖସିଯାଉଥିଲା ଡକାୟତ, ବିଲରେ ଗୋଡାଇ ଧରିଲେ ସ୍ଥାନୀୟ ଯୁବକ
ଏହି ସମୟରେ ବ୍ୟାଙ୍କର ଜଣେ ଟେକ୍ନିକାଲରେ କାମ କରୁଥିବା କର୍ମଚାରୀ ଚିତ୍କାର କରିଥିଲେ । ପାଟି ଶୁଣି ସେଠାରେ ଖେଳୁଥିବା ସେହି ୬ ଜଣ ଯୁବକ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ କାଦୁଅ ବିଲରେ ଡକାୟତକୁ ଗୋଡେଇ ଗୋଡେଇ କାବୁ କରିଥିଲେ । ଯେଉଁଥିପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ