ETV Bharat / city

ସୋମବାର ଠୁ ରାଜ୍ୟ ଭିତରେ ଗଡିବ 6 ଟି ସ୍ବତନ୍ତ୍ର ଟ୍ରେନ - 6 Special trains running from tomorrow

ସୋମବାର ଠାରୁ ରାଜ୍ୟ ମଧ୍ୟରେ 6ଟି ସ୍ବତନ୍ତ୍ର ଟ୍ରେନ ଗଡିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

6 special trains rolling in the state from tomorrow
କାଲିଠୁ ରାଜ୍ୟ ଭିତରେ ଗଡିବ 6 ଟି ସ୍ବତନ୍ତ୍ର ଟ୍ରେନ
author img

By

Published : Jun 7, 2020, 7:35 PM IST

ଭୁବନେଶ୍ବର: ପ୍ରସ୍ତୁତ ରେଳ ଷ୍ଟେସନ । ସୋମବାର ରାଜ୍ୟ ଭିତରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ । ଜୁନ 30 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ 6 ଟି ସ୍ବତନ୍ତ୍ର ଟ୍ରେନ । ଏନେଇ ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । କୋଭିଡକୁ ଦୃଷ୍ଟିରେ ରଖି ରେଳ ବିଭାଗ ସମସ୍ତ ଟ୍ରେନକୁ ବନ୍ଦ କରିଥିବାବେଳେ ପୁଣିଥରେ ରାଜ୍ୟ ଭିତରେ ପ୍ରଥମ ପର୍ଯ୍ୟାୟ ରେଳ ଚଳାଚଳ ଆରମ୍ଭ ହେବ ।

କାଲିଠୁ ରାଜ୍ୟ ଭିତରେ ଗଡିବ 6 ଟି ସ୍ବତନ୍ତ୍ର ଟ୍ରେନ

ଏନେଇ ରେଳ ବିଭାଗ ପକ୍ଷରୁ ସାମାଜିକ ଦୂରତା ରକ୍ଷା, ଟ୍ରେନ ଯୋଗେ ଯାଉଥିବା ଯାତ୍ରୀଙ୍କ ସ୍କ୍ରିନିଙ୍ଗ ଏବଂ ମାସ୍କ ପିନ୍ଧିବା ଭଳି ବିଷୟ ଉପରେ ବିଶେଷ ଗୁରୁତ୍ବ ଦିଆଯିବ । ଷ୍ଟେସନ ଭିତରେ ଯାତ୍ରୀ ଗହଳିକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ଆରପିଫ ଓ ଜିଆରପିଏଫ ମଧ୍ୟ ସୁରକ୍ଷା ପହରା ଦେବେ । ସେହିଭଳି କେବଳ ଟ୍ରେନ ଯାତ୍ରୀଙ୍କୁ ଛାଡି ଅନ୍ୟ କେହି ଷ୍ଟେସନ ପରିସରକୁ ପ୍ରବେଶ କରିପାରିବେ ନାହିଁ । ଅନ୍ୟପକ୍ଷେ କେବଳ ଟ୍ରେନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ହିଁ ରେଳ ବିଭାଗ ସ୍କ୍ରିନିଙ୍ଗ କରିବ । ଟ୍ରେନରେ ଫେରୁଥିବା ଯାତ୍ରୀଙ୍କୁ ବିଏମସି ପକ୍ଷରୁ ସ୍କ୍ରିନିଙ୍ଗ କରିବା ପୂର୍ବ ଯୋଜନା ରହିଥିବା ବେଳେ ବିଏମସି ପକ୍ଷରୁ ତାହା ହେଉନଥିବା ଜଣାପଡିଛି ।

6 special trains rolling in the state from tomorrow
କାଲିଠୁ ରାଜ୍ୟ ଭିତରେ ଗଡିବ 6 ଟି ସ୍ବତନ୍ତ୍ର ଟ୍ରେନ

ଏହା ଛଡା ସମସ୍ତ ଯାତ୍ରୀ ଏକ ନମ୍ବର ପ୍ଲାଟଫର୍ମ ମଧ୍ୟରେ ପ୍ରବେଶ ଓ ପ୍ରସ୍ଥାନ କରିବେ । ଯଦି ଷ୍ଟେସନରେ ଦୁଇଟି ଟ୍ରେନ ଥାଏ ତେବେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ରୂପେ କର୍ଡନ କରାଯିବ ବୋଲି ଭୁବନେଶ୍ବର ଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି । ଆସନ୍ତା କାଲି ରାଜ୍ୟ ଭିତରେ 6ଟି ଟ୍ରେନ ଚଳାଚଳ କରିବାକୁ ଥିବାବେଳେ ପୂର୍ବରୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ 7ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ହେବ । ତେବେ ମୋଟ ଆକାରରେ 13 ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ଜଣାପଡିଛି ।

ଆସନ୍ତାକାଲି ରାଜ୍ୟ ଭିତରେ ଚାଲିବାକୁଥିବା ସ୍ବତନ୍ତ୍ର ଟ୍ରେନଗୁଡିକ ହେଲା

1. ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ସ୍ପେଶାଲ ଟ୍ରେନ

2 . ଭୁବନେଶ୍ବର- ଭଦ୍ରକ-ଭୁବନେଶ୍ବର ସ୍ପେଶାଲ ଟ୍ରେନ

3. ଭୁବନେଶ୍ବର- ବ୍ରହ୍ମପୁର ସ୍ପେଶାଲ ଟ୍ରେନ

4. ଭୁବନେଶ୍ବର- କୋରାପୁଟ- ଭୁବନେଶ୍ବର ସ୍ପେଶାଲ ଟ୍ରେନ

5. ଭୁବନେଶ୍ବର- ରାଉରକେଲା- ଭୁବନେଶ୍ବର ସ୍ପେଶାଲ ଟ୍ରେନ

6. ଖୋର୍ଦ୍ଧା ରୋଡ଼-ସମ୍ବଲପୁର-ଖୋର୍ଦ୍ଧା ରୋଡ଼ ସ୍ପେଶାଲ ଟ୍ରେନ

ଆସନ୍ତାକାଲି ସକାଳ 6 ଟା 30 ମିନିଟ ରେ ଭୁବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ପ୍ରଥମ ସ୍ପେଶାଲ ଟ୍ରେନ ଯାତ୍ରା କରିବ ବୋଲି ଭୁବନେଶ୍ବରର ଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ ଦୁଇ ଦିନ ଧରି ସଟଡାଉନ ରହିବା କାରଣରୁ ଷ୍ଟେସନରେ ଫସି ରହିଛନ୍ତି ଅନେକ ସଂଖ୍ୟକ ଯାତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.