ETV Bharat / city

ଏବର୍ଷ ଟଳିଛନ୍ତି 6 ମାଓବାଦୀ, 27 ଗିରଫ - bhubaneswar

ଚଳିତ ବର୍ଷ ମାଓବାଦୀଙ୍କ ବିରୁଦ୍ଧରେ ପୋଲିସର 23 ଟି ଅପରେଶନ କରାଯାଇଥିବା ବେଳେ ଏଥିରେ ସମୁଦାୟ 6 ମାଓବାଦୀଙ୍କ ମୃତ୍ୟୁ ଘଟିଛି ।  27 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଏବଂ 7 ମାଓବାଦୀ  ଆତ୍ମସମର୍ପଣ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 8, 2019, 11:32 PM IST

ଭୁବନେଶ୍ବର: ଚଳିତ ବର୍ଷ ଓଡିଶା ପୋଲିସକୁ ମିଳିଛି ବଡ ସଫଳତା । ମାଓବାଦୀଙ୍କ ବିରୁଦ୍ଧରେ ପୋଲିସର 23 ଟି ଅପରେଶନ କରାଯାଇଥିବା ବେଳେ ଏଥିରେ ସମୁଦାୟ 6 ମାଓବାଦୀଙ୍କ ମୃତ୍ୟୁ ଘଟିଛି । 27 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଏବଂ 7 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତେବେ ଏହି ଅପରେସନରେ 15 ଟି ବନ୍ଧୁକ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ଅପରେସନକୁ ଜାରି ରଖିବା ପାଇଁ ଆନ୍ଧ୍ର ପୋଲିସର ସହାୟତା ଲୋଡିଛି ଓଡିଶା ପୋଲିସ । ଏଥିପାଇଁ ପ୍ରତ୍ୟେକ ସମୟରେ ଯୋଗାଯୋଗ ଜାରି ରହିଛି । ଆନ୍ଧ୍ର ପୋଲିସ ମଧ୍ୟ ସାହାଯ୍ୟର ପ୍ରତିଶୃତି ଦେଇଥିବା ଡିଜିପି ସୂଚନା ଦେଇଛନ୍ତି ।

ଏହି ଅପରେସନ ଅଧିନରେ ଆଜି କୋରାପୁଟର ପାଢୁଆରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ୫ କ୍ୟାଡର ମାଓବାଦୀଙ୍କର ମୃତ ଘଟିଥିଲା । ମାଓବାଦୀଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ଥିଲେ । ଘଟଣାରେ ୩ ଏସଏଲଆର, ୨ ଇନ୍‌ସାସ୍‌ ରାଇଫଲ ଓ ବିଭିନ୍ନ ପ୍ରକାର ବିସ୍ପୋରକ ମଧ୍ୟ ଜବତ କରାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ଏସଓଜି ଯବାନଙ୍କ କୁମ୍ବିଂ ଅପରେଶନ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଆର୍ ପି ଶର୍ମା ।

ଆନ୍ଧ୍ର ଓ ଓଡ଼ିଶା ସୀମାରେ ମାଓବାଦୀଙ୍କ ଗତିବିଧି ଉପରେ ଦୀର୍ଘ ଦିନରୁ ନଜର ରଖିଥିଲା ପୋଲିସ । ଆଜି କୋରାପୁଟ ପାଡ଼ୁଆରେ କିଛି ମାଓବାଦୀ ଲୁଚି ରହିଥିବା ଜାଣିବା ପରେ ଏସଓଜି ଟିମ୍ ପକ୍ଷରୁ ଅପରେଶନ ଆରମ୍ଭ ହୋଇଥିଲା । ତେବେ ଆଗକୁ ମଧ୍ୟ ଏଭଳି ଅପରେଶନ ଜାରି ରହିବ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

dffd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.