ETV Bharat / city

ବର୍ଷାରେ ୬ ଜଣଙ୍କ ଜୀବନ ଗଲା, ୨୩ ଲକ୍ଷରୁ ଅଧିକ ପ୍ରଭାବିତ - ୬ died in rain

ରାଜ୍ୟରେ ଲଘୁଚାପ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି । ଲଘୁଚାପଜନିତ ବର୍ଷାରେ ରାଜ୍ୟରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ...

ବର୍ଷାରେ ୬ ଜଣଙ୍କ ଜୀବନ ଗଲା, ୨୩ ଲକ୍ଷରୁ ଅଧିକ ପ୍ରଭାବିତ

author img

By

Published : Sep 15, 2021, 9:54 PM IST

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି । ଲଘୁଚାପଜନିତ ବର୍ଷାରେ ରାଜ୍ୟରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଜଣେ, ଗଞ୍ଜାମ ଜିଲ୍ଲାରେ ଜଣେ, ସୁବର୍ଣ୍ଣପୁର ଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କଟକ ଜିଲ୍ଲାରେ ବର୍ଷା ଜଳରେ ଭାସି ଯାଇ ଦୁଇଜଣ ନିଖୋଜ ରହିଛନ୍ତି ।

ରାଜ୍ୟରେ ମୋଟ ୨୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଫଳରେ ୨୩ ଲକ୍ଷ ୮୨ ହଜାର ୭୯୫ ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ହଜାର ୫୫୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସମୁଦାୟ ୧୩୯ ବ୍ଲକର ୪ ହଜାର ୯୬୪ ଗାଁରେ ଦୁର୍ଦ୍ଦଶା ଭୋଗିଛନ୍ତି ଲୋକେ । ତୁହାକୁ ତୁହା ବର୍ଷାରେ ୩୩ ପୌରାଞ୍ଚଳର ହାଲ୍ ବେହାଲ ହୋଇଛି । ସମସ୍ତ ବ୍ଲକ ଓ ପୌରାଞ୍ଚଳକୁ ମିଶାଇ ମୋଟ ୭ ହଜାର ୫୪୦ ଘର ଭାଙ୍ଗିଛି ।

ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ୪୧୩ ଗାଁ ପ୍ରଭାବିତ ହୋଇଛି । ଏହାପରେ ଢେଙ୍କାନାଳର ୪୧୩ ଗାଁ ବର୍ଷା ପାଣିରେ ଜଳବନ୍ଦୀ ହୋଇଛି । ବର୍ଷା ଯୋଗୁଁ ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ୍‌ କ୍ଷୟକ୍ଷତି ହୋଇଛି । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଅସରାଏ ବର୍ଷାରେ ରାଜ୍ୟର ହାଲ ବେହାଲ ହୋଇଛି ସତ । ରାଜ୍ୟରେ ନିଆଣ୍ଚିଆ ବର୍ଷାର ଭରଣା ମଧ୍ୟ କରିଛି ଏହି ଲଘୁଚାପ । ଫଳରେ ଚାଷୀମାନଙ୍କୁ ଏହାର ଫାଇଦା ମିଳିପାରିବ । ସେପ୍ଟେମ୍ବର ୧୭ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍ଥାନରେ ବର୍ଷାର ସମ୍ଭାବନା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.