ଭୁବନେଶ୍ବର: ମହାମାରୀ କୋରୋନାର ସଂକ୍ରମଣର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷପ ନେଉଛି ଓଜେଇଇ । ଛାତ୍ରଛାତ୍ରୀଙ୍କର ସୁବିଧା ପାଇଁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଏହି ପଦକ୍ଷେପ । ଏହି ପ୍ରକ୍ରିୟାରେ ରାଜ୍ୟରେ ଓଜେଇଇ ପରୀକ୍ଷା ପାଇଁ 3ଟି ଅତିରିକ୍ତ ଅନଲାଇନ ପରୀକ୍ଷା କେନ୍ଦ୍ର ସହ ମୋଟ 6ଟି ନୂଆ କେନ୍ଦ୍ର ଯୋଡିଛନ୍ତି ସରକାର ।
ଯେଉଁମାନେ ସଫଳତାର ସହ ସହିତ ସେମାନଙ୍କର ଆବେଦନ ସମାପ୍ତ କରିଛନ୍ତି ସେମାନେ ଅନଲାଇନରେ ଓଜେଇଇ ପୋର୍ଟାଲରେ ଲଗଇନ କରିପାରିବେ । ରାଜ୍ୟରେ 6ଟି ନୂତନ ପରୀକ୍ଷା କେନ୍ଦ୍ର ମଧ୍ୟରେ ବଲାଙ୍ଗୀର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ ଓ ଫୁଲବାଣୀ ସାମିଲ ରହିଛି । ଓଡିଶା ବାହାରେ ପଟନା, ରାଞ୍ଚି, କୋଲକାତାରେ ମଧ୍ୟ ପରୀକ୍ଷା ହେବ ।
![ରାଜ୍ୟରେ ବଢ଼ିଲା ଓଜେଇଇର ଅତିରିକ୍ତ 6 ପରୀକ୍ଷା କେନ୍ଦ୍ର](https://etvbharatimages.akamaized.net/etvbharat/prod-images/od-bbsr-05-ojee-exam-7206049_13082020192214_1308f_1597326734_175.jpg)
ପୂର୍ବରୁ ଯେତେବେଳେ ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଓଜେଇଇରେ ଅନ୍ତର୍ଭୂକ୍ତ କରାଯାଇଥିଲା, ସେତେବେଳେ ପରୀକ୍ଷା କେନ୍ଦ୍ରଗୁଡିକ ଭାରତର ପ୍ରମୁଖ ସହରରେ ଅବସ୍ଥିତ ରହିଥିଲା । ତେବେ ରାଜ୍ୟ ବାହାରେ କୌଣସି ଓଜେଇଇ କେନ୍ଦ୍ର ହୋଇନଥିଲା।
ରାଜ୍ୟରେ ରହିଥିବା ପରୀକ୍ଷା କେନ୍ଦ୍ରଗୁଡିକ ହେଉଛି ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର କଟକ ଢେଙ୍କାନଲ, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡା, ଫୁଲବାଣୀ, କେନ୍ଦୁଝର, ନୟାଗଡ ରାୟଗଡା ସମ୍ବଲପୁର । ତେବେ ରାଜ୍ୟ ବାହାରେ ରାଞ୍ଚି, କଲିକତା, ପଟନାରେ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ