ETV Bharat / city

ସରକାରଙ୍କ ‘5ଟି’ ଯୋଜନା; ଅପରାଜିତାଙ୍କ ପରେ ସୁରଙ୍କ କଟାକ୍ଷ, ଜବାବ ଦେଲା ବିଜେଡି - '5t' yojana politics rise in odisha

‘5ଟି’କୁ ନେଇ ରାଜ୍ୟ ରାଜନୀତି ସରଗରମ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କ ‘5ଟି’ ଉପରେ କଟାକ୍ଷ କରିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି ।

ଡିଜାଇନ ଫଟୋ
author img

By

Published : Oct 31, 2019, 9:33 PM IST

ଭୁବନେଶ୍ବର: ରାଜନୈତିକ ମଇଦାନରେ ପୁଣିଥରେ ‘5ଟି’କୁ ନେଇ ଟଣାଓଟରା । ଆଜି(ଗୁରୁବାର) ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କ ‘5ଟି’ ଉପରେ କଟାକ୍ଷ କରିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି ।

ସରକାରଙ୍କ ‘5ଟି’ ଯୋଜନା; ଅପରାଜିତାଙ୍କ ପରେ ସୁରଙ୍କ କଟାକ୍ଷ

ଅପରାଜିତାଙ୍କ ପରେ କଂଗ୍ରେସ ବିଧାୟକ ସୁର ରାଉତରାୟ ‘5ଟି’କୁ ଟାର୍ଗେଟ କରିଛନ୍ତି । ଏଇଟା ‘5ଟି’ ନା ଚା କହି ସେ ଏହାକୁ କଟାକ୍ଷ କରିଛନ୍ତି । ଏପରି ହେବା ଦ୍ବାରା ମନ୍ତ୍ରୀଙ୍କ ମର୍ଯ୍ୟାଦା ହାନି ହେଉଛି । ଭୋଟ ପ୍ରଚାରରେ ମନ୍ତ୍ରୀ ଥିବାବେଳେ ସିଡିଏମଓ ସସପେଣ୍ଡ ଓ ପୁଣି ଗଣତିରେ ଥିବାବେଳେ ସିଡିଏମଓ ସସପେଣ୍ଡ ହଟାଯାଉଛି । ଏ କି ପାଗଳାମୀ ଶାସନ ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ ।

ସେପଟେ ଏହାର ଜବାବ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି,‘100 ପ୍ରତିଶତରେ ଏପରି 10 ରୁ 20 ପ୍ରତିଶତ ଘଟଣା ସାମ୍ନାକୁ ଆସିବ । ଆମେ ତାକୁ ସୁଧାରିବାକୁ ଚେଷ୍ଟା କରୁଛୁ ।’ ଏହାସହ ସୁର ଭାଇଙ୍କ ବେଳେ ଯାହା ହେଉଥିଲା ସେ ଯୁଗ ବଦଳିଲାଣି । ମନ୍ତ୍ରୀ ଯେଉଁଠି ଥିଲେ ବି ଦସ୍ତଖତ କରିପାରିବେ । ଡିଜିଟାଲରେ କେମିତି ସିଗନେଚର ହେଉଛି ସୁର ଭାଇ ଜିଣିନାହାନ୍ତି ବୋଲି କହିଛନ୍ତି ମନ୍ତ୍ରୀ ନବଦାସ । ସେହିପରି ନିଜ ମୋବାଇଲ ଷ୍ଟିକ୍‌ ବ୍ୟବହାର କରି ନିଲମ୍ବନ ପତ୍ରରେ ସେ କିଭଳି ଡିଜିଟାଲ ଦସ୍ତଖତ କରୁଛନ୍ତି ତାହର ପ୍ରମାଣ ଦେଖାଇଛନ୍ତି ।

ଅନ୍ୟପଟେ ଅପରାଜିତାଙ୍କ ‘5ଟି’ ଆକ୍ଷେପ ଉପରେ କଡା ମନ୍ତବ୍ୟ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ‘5ଟି’ ହେଉଛି ଜନସାଧାରଣଙ୍କ ମର୍ଯ୍ୟାଦା ରଖିବାର ପ୍ରଚେଷ୍ଟା । ଜନସାଧାରଣ ଯେଉଁଠି ପ୍ରଶଂସା କରୁଛନ୍ତି ଏ କାହିଁକି ମନା କରୁଛନ୍ତି ବୋଲି ସସ୍ମିତ କହିଛନ୍ତି । ଏହାସହ ଯଦି ଏହା ଯଦି ପୁରୁଣା କନସେପ୍ଟ, ତେବେ ବିଜେପି ରାଜ୍ୟରେ କାର୍ଯ୍ୟକାରୀ ହେଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥି ସହିତ ନିଜେ ପ୍ରଶାସିକା ଥିଲେ କେଉଁଠି କାର୍ଯ୍ୟକାରୀ କରିଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ସୂଚନା ଥାଉକି, ‘5ଟି’ ଏକ ଅଭିନବ ପଦକ୍ଷେପ ନୁହେଁ । ଏହା ବହୁତ ପୁରୁଣା କଥା । ଆଇଏଏସ ତାଲିମ ନେବା ସମୟରେ ‘5ଟି’ର ତାଲିମ ଦିଆଯାଉଥିଲା ବୋଲି କହିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜନୈତିକ ମଇଦାନରେ ରେ ପୁଣିଥରେ ୫ଟି କୁ ନେଇ ଟଣା ଓଟରା ଆରମ୍ଭ ହୋଇଛି ।ଆଜି ଭୁବନେଶ୍ୱର ସାସଂଦ ଅପରାଜିତା ଶଢଙ୍ଗୀ ରାଜ୍ୟ ସରକାରଙ୍କ ନୂତନ ଇନିସିଏଟିଭ୍ ୫ଟି ଉପରେ କଟାକ୍ଷ କରିବା ପରେ ପୁଣି ୫ଟି କୁ ନେଇ ରାଜ୍ୟ ରାଜନୀତି ରେ ହଟଚମଟ ।
Body:ଏନେଇ ଅପରାଜିତା କହିଛନ୍ତି ଯେ ,
5T ଏକ ଅଭିନବ ପଦକ୍ଷେପ ନୁହେଁ । ଏହା ବହୁତ ପୁରୁଣା କଥା । ଆଇଏଏସ ତାଲିମ ନେବା ସମୟରେ 5Tର ତାଲିମ ଦିଆଯାଉଥିଲା । କିନ୍ତୁ 5T କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିବା ଦ୍ବାରା ଏହା ଯେଉଁ ବିଭାଗରେ କାର୍ଯ୍ୟକାରୀ ହେଉଛି ସେହି ବିଭାଗର ମନ୍ତ୍ରୀ ସଚିବଙ୍କୁ ଦୁର୍ବଳ କରିବ । ଏହା ଠିକ ନୁହେଁ ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡା କରିଛି ବୋଲି କହିଛନ୍ତି ଅପରାଜିତା ।ଏହା ସହ ଅପରାଜିତା ଷଡଙ୍ଗୀ କହିଛନ୍ତି 5ଟି କୁ ଗୋଟିଏ ଅଲଗା ବିଭାଗ କରି ଜଣଙ୍କ ଉପରେ ଦାୟିତ୍ୱ ଦେବା ଦ୍ୱାରା ମନ୍ତ୍ରୀ ଏବଂ ବରିଷ୍ଠ ସଚିବ ସମେତ ସମ୍ପୃକ୍ତ ଅନୁଷ୍ଠାନ ଗୁଡିକୁ ଦୁର୍ବଳ କରାଯାଉଛି । ଏହା ସୁ ଶାସନର ଲକ୍ଷଣ ନୁହେଁ ଏହା ଦ୍ବାରା ମନ୍ତ୍ରୀ ସଚିବ ଙ୍କ ମର୍ଯ୍ୟାଦା ଉପରେ ପ୍ରଶ୍ନ ।

କଂଗ୍ରେସ ବିଧାୟକ ସୁରେଶ ରାଉତ ରାୟ କହିଛନ୍ତି ଏଇଟା "୫ଟି ନା ଚା " କହି କଟାକ୍ଷ କରିଛନ୍ତି ।ଏହା ସହ ସୁର ସିଧାସଳଖ ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କୁ ଇଙ୍ଗିତ କରି କହିଛନ୍ତି ଯେ ମନ୍ତ୍ରୀ ଙ୍କ ମର୍ଯ୍ୟଦା ହାନୀ ହେଉଛି । ଭୋଟପ୍ରଚାର ରେ ମନ୍ତ୍ରୀ ଥିବାବେଳେ ସିଡିଏମଓ ସସପେଣ୍ଡ ଓ ପୁଣି ଗଣତିରେ ଥିବାବେଳେ ସିଡିଏମଓ ସସପେଣ୍ଡ ହଟାଯାଉଛି । ଏ କି ପାଗଳାମୀ ଶାସନ ବୋଲି ସୁର ପ୍ରଶ୍ନ କରିଛନ୍ତି । ଏଠି ଅଫିସର ଙ୍କ ଜରିଆରେ ସବୁ ହେଉଛି ।ଏହା ସହ ରାଜଧାନୀ ଥିବା କ୍ୟାପିଟାଲ ହସ୍ପିଟାଲର ବେଡ୍ ନାହିଁ ରୋଗୀ ତଳେ ଶୋଇ ଚିକିତ୍ସା ହେଉଥିବା କହିଛନ୍ତି ସୁର ।

ସୁର ଙ୍କ ଅଭିଯୋଗ ଓ ଆରୋପ ସାମନ କୁ ଆସିବା ପରେ
ସ୍ବାସ୍ଥ୍ୟ ମନ୍ତ୍ରୀ ନିଜ କହିଛନ୍ତି ଯେ 100 ପ୍ରତିଶତରେ ଏପରି 10 ରୁ 20 ପ୍ରତିଶତ ଘଟଣା ସାମ୍ନାକୁ ଆସିବ । ଆମେ ତାକୁ ସୁଧାରିବାକୁ ଚେଷ୍ଟା କରୁଛୁ । ଏହା ସହ ସୁର ଭାଇ ତାଙ୍କ ବେଳେ ଯାହା ହେଉଥିଲା ,ଏବେ ଯୁଗ ବଦଳିଳାଣି ,ମନ୍ତ୍ରୀ ଯେଉଁଠି ଥିଲେ ବି ଦସ୍ତଖତ କରିପାରିବେ ।ଏବେ ଉସ୍ଵାସ ମାଧ୍ୟମରେ କାମ କରିପାରିବେ ।ଡିଜିଟାଲ ରେ କେମିତି ସିଗନେଚର କେମିତି ହେଉଛି ସୁର ଭାଇ ଜିଣିନାହାନ୍ତି ବୋଲି କହିଛନ୍ତି ମନ୍ତ୍ରୀ ନବଦାସ ।ଏହା ସହ ଡିଜିଟାଲ ର
ନମୁନା ଦେଖାଇ ନିଜ ମୋବାଇଲରେ କିଭଳି joystick ବ୍ୟବହାର କରି suspension letterରେ ସେ ଡିଜିଟାଲ ଦସ୍ତଖତ କରୁଛନ୍ତି ତାହର ପ୍ରମାଣ ଦେଖାଇଛନ୍ତି ।

Conclusion:ସେପଟେ ଅପରାଜିତା ଙ୍କ ୫ଟି ଆକ୍ଷେପ ଉପରେ କଡା ମନ୍ତବ୍ୟ ରଖିଛନ୍ତି ମୁଖପାତ୍ର ସସ୍ମିତ ପାତ୍ର । ପ୍ରତିକ୍ରିୟା ୫ଟି ହେଉଛି ଜନସାଧାରଣ ଙ୍କ ମର୍ଯ୍ୟାଦା ରଖିବାର ପ୍ରଚେଷ୍ଟା ।ଜନସାଧାରଣ ଯେଉଁଠି ପ୍ରଶଂସା କରୁଛନ୍ତି ଏ କାହିଁକି ମନା କରୁଛନ୍ତି ।ଯଦି ପୂରଣା କନସେପ୍ଟ କହୁଛନ୍ତି ।ବିଜେପି ରାଜ୍ୟ ରେ କାର୍ଯ୍ୟକାରୀ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ।ନିଜେ ପ୍ରଶାସିକା ଥିଲେ କେଉଁଠି ଇମପ୍ଲିମେଣ୍ଟ କରିଛନ୍ତି ଅପରାଜିତା ବୋଲି ସେ ପ୍ରଶ୍ନ କରିଛନ୍ତି ।ଏହା ବିଭାଗ ନୁହେଁ ଏକ ଚାର୍ଟର ।ସେ ବୁଝି ପାରୁନାହାନ୍ତି । ବୋଲି କହିଛନ୍ତି ସସ୍ମିତ ପାତ୍ର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.