ETV Bharat / city

ନୂତନ BMC ବିଲ୍ଡିଂ ଓ O Hub ପରିଦର୍ଶନ କଲେ 5T ସଚିବ, ଅକ୍ଟୋବର ସୁଦ୍ଧା ନିର୍ମାଣ ଶେଷ ପାଇଁ ନିର୍ଦ୍ଦେଶ

author img

By

Published : Aug 22, 2022, 11:10 AM IST

Updated : Aug 22, 2022, 12:41 PM IST

ନୂତନ ବିଏମସି ବିଲ୍ଡିଂ ଏବଂ ଓ ହବ ପରିଦର୍ଶନ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ଅକ୍ଟୋବର ସୁଦ୍ଧା ନିର୍ମାଣ ଶେଷ ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ନୂତନ ବିଏମସି ବିଲ୍ଡିଂ,ଓ ହବ ପରିଦର୍ଶନ କଲେ ୫ଟି ସଚିବ

ଭୁବନେଶ୍ବର: ନୂତନ ବିଏମସି ବିଲ୍ଡିଂ ଏବଂ ଓ’ ହବ ପରିଦର୍ଶନ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5ଟି ସଚିବ ସତ୍ୟ ନଗରରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡ଼ିଂ ଓ ‘ଓ’ ହବ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉଭୟ ପ୍ରକଳ୍ପର ଅଗ୍ରଗତି ଓ ଧାର୍ଯ୍ୟ ସମୟରେ ନିର୍ମାଣ ସମାପ୍ତ କରିବା ନେଇ 5ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ଥର ପାଇଁ ରାଜ୍ୟରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡିଲଏଟ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 2022 ଅକ୍ଟୋବର ସୁଦ୍ଧା 2ଟି ଯାକ ସେଣ୍ଟର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ସେ ଭୁବନେଶ୍ବର ସ୍ମାର୍ଟ ସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ 5ଟି ସଚିବ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବ ଦେଇଛନ୍ତି ।

ଏହାବି ପଢନ୍ତୁ: ଆଜି ମହାପ୍ରଭୁଙ୍କ ବନଭୋଜି ବେଶ

ଓ’ ହବରେ ଦ୍ବିତୀୟ ଟାଓ୍ବାର ନିର୍ମାଣକୁ ମଧ୍ୟ ସେ ପ୍ରାଧାନ୍ୟ ଦେଇଛନ୍ତି । ସେଠାରେ ଇନକ୍ୟୁବେସନ ସେଣ୍ଟର ସହ ଷ୍ଟାଟଅପ ପାଇଁ ଆବଶ୍ୟକ ଜାଗା ଯୋଗାଇବାକୁ ଗୁରୁତ୍ବ ଦେଇଛନ୍ତି । ଇନଫୋସିଟି ଅଞ୍ଚଳରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରିବାକୁ ଫାଇବ ଟି ସଚିବ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଆଇଟି କମ୍ପାନୀ ଗୁଡ଼ିକର ପାର୍କିଂ ସମସ୍ୟା ଦୂର ହେବ । 5ଟି ସଚିବଙ୍କ ଏହି ଗସ୍ତ ସମୟରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ବୈଷୟିକ ଓ ପ୍ରଯୁକ୍ତବିଦ୍ୟା ସଚିବ ମନୋଜ କୁମାର ମିଶ୍ର, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 22, 2022, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.