ETV Bharat / city

ରୂପାନ୍ତରୀକରଣ ହେବ 889 ସ୍କୁଲ, OMBADC ପାଣ୍ଠିରୁ ଖର୍ଚ୍ଚ ହେବ 533 କୋଟି - OMBADC fund

889 ସ୍କୁଲ ହେବ ରୂପାନ୍ତରୀକରଣ । ଆଉ ଏଥିପାଇଁ ଓମ୍ବାଡ଼ସି((Odisha Mineral Bearing Areas Development Corporation) ପାଣ୍ଠିରୁ ଖର୍ଚ୍ଚ ହେବ 533 କୋଟି 40 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

ରୂପାନ୍ତରୀକରଣ ହେବ 889 ସ୍କୁଲ, ଓମ୍ବାଡ଼ସି ପାଣ୍ଠିରୁ ଖର୍ଚ୍ଚ ହେବ 533 କୋଟି

author img

By

Published : Sep 29, 2021, 9:42 AM IST

ଭୁବନେଶ୍ବର: 889 ସ୍କୁଲ ହେବ ରୂପାନ୍ତରୀକରଣ । ଆଉ ଏଥିପାଇଁ ଓମ୍ବାଡ଼ସି((Odisha Mineral Bearing Areas Development Corporation) ପାଣ୍ଠିରୁ ଖର୍ଚ୍ଚ ହେବ 533 କୋଟି 40 ଲକ୍ଷ ଟଙ୍କା । ଏହାଦ୍ଵାରା ଆଦିବାସୀ ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ।

ବୈଠକର ନିଷ୍ପରି ଅନୁଯାୟୀ, ଅନୁଗୋଳ ଜିଲ୍ଲାର 16ଟି ସ୍କୁଲ ପାଇଁ 9 କୋଟି 60 ଲକ୍ଷ ଟଙ୍କା, ଦେବଗଡ଼ର 47 ସ୍କୁଲ ପାଇଁ 28 କୋଟି 20 ଲକ୍ଷ ଟଙ୍କା, ଢେଙ୍କାନାଳ ଜିଲ୍ଲାର 17ଟି ସ୍କୁଲ ପାଇଁ 10 କୋଟି 20 ଲକ୍ଷ ଟଙ୍କା, ଯାଜପୁର ଜିଲ୍ଲାର 195 ସ୍କୁଲ ପାଇଁ 117 କୋଟି ଟଙ୍କା, ଝାରସୁଗୁଡ଼ା ଜିଲ୍ଲାର 80 ଟି ସ୍କୁଲ ପାଇଁ 48 କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର 339ଟି ସ୍କୁଲ ପାଇଁ 203 କୋଟି 40 ଲକ୍ଷ ଟଙ୍କା ଏବଂ ସୁନ୍ଦରଗଡ଼ ଜିଲ୍ଲାର 195ଟି ସ୍କୁଲ ପାଇଁ 117 କୋଟି ଟଙ୍କା ହାଇସ୍କୁଲ ରୂପାନ୍ତର ପାଇଁ ମଞ୍ଜୁର ହୋଇଛି ।

ପ୍ରତି ସ୍କୁଲ ପାଇଁ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଏହି ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍, ବିଜ୍ଞାନାଗାର, ସ୍କୁଲ ପରିବେଶର ଉନ୍ନତିକରଣ, ପୁରାତନ ଛାତ୍ର ସଂଘ ଏବଂ ସ୍କୁଲ ପରିଚାଳନା କମିଟି ଦ୍ଵାରା ସ୍କୁଲ ପରିଚାଳନା ଓ ପିଲାମାନଙ୍କ ଦକ୍ଷତା ବିକାଶ ପରିଚାଳନା ଆଦି ଏହି ଅର୍ଥରୁ ଭରଣା କରାଯିବ ।

ସେହିପରି ସ୍ମାର୍ଟ କୋର୍ଡ, ଡିଜିଟାଲ୍ କ୍ଲାସ୍ ରୁମ୍ ପାଇଁ ଆବଶ୍ୟକୀୟ ଉପକରଣ, ଆଇ.ସି.ଟି ଉପକରଣ, ସ୍କୁଲ ମୁଖ୍ୟଦ୍ଵାରର ପରିବର୍ତ୍ତନ, ଖେଳପଡ଼ିଆର ଉନ୍ନତିକରଣ, ପାଠ୍ୟକ୍ରମରେ ଉନ୍ନତିକରଣ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ତାଲିମ ଆଦି ପାଇଁ ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯିବ । ଅନ୍ୟପଟେ 5ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଛନ୍ତି ।

ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ସମସ୍ତ ଉପସ୍ଥିତ ସଭ୍ୟସଭ୍ୟା ମତାମତ ଦେଇଥିଲେ । ଏହି କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ଵରିତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଭନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ଓମ୍ବାଡ଼ସି ମୁଖ୍ୟ ନିର୍ବାହୀ ଅଧିକାରୀ ଉମାନାନ୍ଦୁରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.