ETV Bharat / city

Odisha Assembly: ଭଦ୍ରକରେ 53 ଅମିନ ପଦବୀରୁ 34 ଖାଲି

author img

By

Published : Jul 14, 2022, 9:20 PM IST

ଜମିଜମା ବିବାଦ ଯଥାଶୀଘ୍ର ତୁଟାଇବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଜମିଜମା ବିବାଦ ତୁଟାଇବା ଲାଗି ଅମିନ ଅଭାବ ବଡ଼ ସମସ୍ୟା ହୋଇଛି । ଏଭଳି କିଛି ସମସ୍ୟା ଭଦ୍ରକ ଜିଲ୍ଲାରୁ ଆସୁଛି । ଜିଲ୍ଲାରେ 53 ଗୋଟି ଅମିନ ପଦବୀରୁ 34 ଗୋଟି ପଦବୀ ଖାଲି ଅଛି । ଅଧିକ ପଢନ୍ତୁ

ଭଦ୍ରକରେ 53 ଟି ଅମିନ ପଦବୀରୁ 34 ଟି ଖାଲି ରହିଛି

ଭୁବନେଶ୍ବର: ଜମିଜମା ବିବାଦ ଯଥାଶୀଘ୍ର ତୁଟାଇବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଜମିଜମା ବିବାଦ ତୁଟାଇବା ଲାଗି ଅମିନ ଅଭାବ ବଡ଼ ସମସ୍ୟା ହୋଇଛି । ଏଭଳି କିଛି ସମସ୍ୟା ଭଦ୍ରକ ଜିଲ୍ଲାରୁ ଆସୁଛି । ଜିଲ୍ଲାରେ 53 ଗୋଟି ଅମିନ ପଦବୀରୁ 34 ଗୋଟି ପଦବୀ ଖାଲି ଅଛି । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମନ୍ତ୍ରୀ କହିଛନ୍ତି ଯେ, ଭଦ୍ରକ ଜିଲ୍ଲାରେ 53 ଟି ଅମିନ ପଦବୀ ରହିଛି । ସେଥିମଧ୍ୟରୁ 34 ଟି ପଦବୀ ଖାଲି ରହିଛି । ଖାଲିଥିବା ପଦବୀ ଗୁଡିକୁ ଯଥାଶୀଘ୍ର ପୂରଣ ନିମନ୍ତେ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲାରେ ମୋଟ 1380 ଜଣ ଭୂମିହୀନ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 798 ଜଣଙ୍କୁ ଜମି ଯୋଗାଇ ଦିଆଯାଇଛି । 339 ଜଣଙ୍କ ଆବେଦନ ଖାରଜ କରାଯାଇଛି । 243 ଜଣ ଆବେଦନକାରୀଙ୍କ ଦରଖାସ୍ତକୁ ଯାଞ୍ଚ କରି ଯଥା ଶୀଘ୍ର ଜମି ଲିଜ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.