ETV Bharat / city

5T ନୀତିରେ ପରିବର୍ତ୍ତନ ହେବ ଉଠା ଜଳସେଚନ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ - ଉଠା ଜଳସେଚନ ବ୍ୟବସ୍ଥା

ଓଡିଶା ଉଠା ଜଳସେଚନ ନିଗମ (OLIC) ର 50 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଆଗମୀ ଦିନରେ 5ଟି ନୀତିରେ ଉଠା ଜଳସେଚନ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

odisha lift irrigation corporation foundation day
ଉଠା ଜଳସେଚନ ନିଗମ ପ୍ରତିଷ୍ଠା ଦିବସ
author img

By

Published : Oct 2, 2022, 3:32 PM IST

ଭୁବନେଶ୍ବର: ଚାଷୀଙ୍କ ହିତରେ କାମ କରୁଛି ଓଡିଶା ଲିଫ୍ଟ ଜଳସେଚନ ନିଗମ (OLIC) । ବିଗତ 50 ବର୍ଷ ଧରି OLIC ରାଜ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପାରିଛି । କୃଷକମାନଙ୍କୁ ଜଳର ଗୁରୁତ୍ବପୂର୍ଣ୍ଣ ଉପାଦାନ ଯୋଗାଇବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ 5ଟି ନୀତିରେ ଉଠା ଜଳସେଚନ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି । କୃଷକଙ୍କ ସମସ୍ୟା ବୁଝି ଏହାର ସମାଧାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଆୟୋଜିତ ଉଠା ଜଳସେଚନ ନିଗମର 50ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଉଠା ଜଳସେଚନ ନିଗମ ପ୍ରତିଷ୍ଠା ଦିବସ

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, "ଚାଷୀଙ୍କ ହାତ ପାହାନ୍ତାରେ ଜଳ ଯୋଗାଣ ଲାଗି 1973 ଅକ୍ଟୋବର 1 ରେ OLIC ପ୍ରତିଷ୍ଠା କରାଯାଇଥିଲା । ରାଜ୍ୟର ଚାଷୀ ଜମିର ପ୍ରାୟ 30 ପ୍ରତିଶତ ଜଳ ଯୋଗାଣ କାର୍ଯ୍ୟ OLIC ମାଧ୍ୟମରେ ହେଉଛି । ପ୍ରତିବର୍ଷ OLIC 13 ଲକ୍ଷ 50 ହଜାର ହେକ୍ଟରରୁ ଅଧିକ ଚାଷଜମିରେ ଜଳସେଚନ କରୁଛି । ଦେଶରେ ଖାଦ୍ୟ ଶସ୍ୟ ଅଭାବୀ ରାଜ୍ୟରୁ ଆଜି ଓଡ଼ିଶା ଖାଦ୍ୟ ଶସ୍ୟର ତୃତୀୟ ବୃହତ୍ତମ ଯୋଗାଣକାରୀ ରାଜ୍ୟରେ ପରିଣତ ହୋଇପାରିଛି । ଫସଲର ବିବିଧକରଣ, ଉନ୍ନତ ଜଳ ଯୋଗାଣ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଚାଷର ପଦ୍ଧତିକୁ ପରିବର୍ତ୍ତନ କରୁଛି ।" ଜଟିଳ ଜଳ ଉପାଦାନ ଯୋଗାଇବାରେ OLIC ର ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଠା ଜଳସେଚନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ 5T ନୀତି ଅନୁସରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ...ନିଆରା ମାଣିକାଗୋଡାର ଦଶହରା ପର୍ବ, କର୍ତ୍ତା ସାଜନ୍ତି ମୁସଲିମ ଦଳବେହେରା

ପ୍ରତ୍ୟେକ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୃଷକଙ୍କ ବିକାଶ ନେଇ ନେଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ଚାଷୀଙ୍କ ବିକାଶରେ OLICର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ 1 ଲକ୍ଷ ଗଭୀର ନଳକୂପ ଖୋଳାଯାଇଛି ।

ଆଗାମୀ 5 ବର୍ଷରେ ଆଉ 1 ଲକ୍ଷ ଗଭୀର ନଳକୂପ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଯାହା ଫଳରେ ଚାଷୀଙ୍କ ଆୟ ବଢ଼ିବାରେ ଏହା ସହାୟକ ହେବ । କାର୍ଯ୍ୟକ୍ରମରେ OLIC ପାଇଁ ଇ-ଲିଫ୍ଟ ଏବଂ ଇଆରପି ସହ ଚାଷୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ OLIC ସ୍ୱାଗତ ଭାଷଣ ଦେଇଥିବାବେଳେ OLIC ଏମଡି ଅର୍ଚ୍ଚନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.