ETV Bharat / city

ଖାଦ୍ୟ ସୁରକ୍ଷା ଯୋଜନା ଯୋଡିହେବେ ୫ ଲକ୍ଷ ହିତାଧିକାରୀ - 5 lakhs new benificiary for food security scheme of odisha

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ 5 ଲକ୍ଷ ହିତାଧିକାରୀ ସାମିଲ ହେବେ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

5-lakhs-new-benificiary-for-food-security-scheme-of-odisha
ଖାଦ୍ୟ ସୁରକ୍ଷା ଯୋଜନା ଯୋଡିହେବେ ୫ଲକ୍ଷ ହିତାଧିକାରୀ
author img

By

Published : Mar 20, 2020, 4:35 PM IST

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ 5 ଲକ୍ଷ ହିତାଧିକାରୀ ସାମିଲ ହେବେ । ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ଖାଦ୍ୟ ସୁରକ୍ଷା ଯୋଜନା ଯୋଡିହେବେ ୫ଲକ୍ଷ ହିତାଧିକାରୀ

ସାମିଲ ହେବାକୁ ଥିବା 5 ଲକ୍ଷ ହିତାଧିକାରୀଙ୍କୁ 3 ମାସର ଅଗ୍ରୀମ ପିଡ଼ିଏସ ସାମଗ୍ରୀ ମିଳିବ । ରାଜ୍ୟରେ ବର୍ତ୍ତମାନ ୪ କୋଟି ଲୋକ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପିଡିଏସ ସାମଗ୍ରୀ ପାଉଛନ୍ତି । ଆଉ ୫ଲକ୍ଷ ଲୋକଙ୍କୁ ଯୋଡିବା ପରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୯ ଲକ୍ଷ ହେବ । ଏହା ସହ ଅତ୍ୟାବଶ୍ୟକ ଜିନିଷପତ୍ର ଓ ସାମଗ୍ରୀ ପାଇଁ ନୂତନ ଭାବେ ୨ହଜାର ୫ଶହ ୯୦ଟି ପ୍ରାଇଭେଟ ଦୋକାନକୁ ଲାଇସେନ୍ସ ଦେବେ ରାଜ୍ୟ ସରକାର । ଏହି ଦୋକାନ ଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକୁ ସରକାରୀ ଦରରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5-lakhs-new-benificiary-for-food-security-scheme-of-odisha
ଖାଦ୍ୟ ସୁରକ୍ଷା ଯୋଜନା ଯୋଡିହେବେ ୫ଲକ୍ଷ ହିତାଧିକାରୀ

ସେହିପରି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । ତେଣୁ ଲୋକମାନେ ଅଧିକ ବିବ୍ରତ ହୁଅନ୍ତୁ ନାହିଁ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.