ଭୁବନେଶ୍ବର: ଉପରମୁହାଁ କୋରୋନା ମୃତ୍ୟୁସଂଖ୍ୟା ଗ୍ରାଫ । ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ପୁଣି ରାଜ୍ୟରୁ 45 ଜୀବନ ନେଇଛି ଘାତକ ଭୂତାଣୁ ।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରୁ ଦିନକରେ ସର୍ବାଧିକ 45 କୋରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି । ନୂଆ ମୃତକଙ୍କୁ ମିଶାଇ ମୃତ୍ୟୁସଂଖ୍ୟା 3 ହଜାର 80 ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ