ETV Bharat / city

ରାଜ୍ୟରେ ସର୍ବାଧିକ 42 ଜଣଙ୍କ ଜୀବନ ନେଲା କୋରୋନା, ସୁନ୍ଦରଗ଼ଡରୁ ସର୍ବାଧିକ ମୃତ୍ୟୁ - corona death

ରାଜ୍ୟରେ କିଛି ଦିନ ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଥିବା ବେଳେ ମୃତ୍ୟୁରେ କିନ୍ତୁ ଲାଗୁନି ବ୍ରେକ । ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ 42 ଜଣଙ୍କ ହୋଇଛି ମୃତ୍ୟୁ । ଅଧିକ ପଢନ୍ତୁ...

ରାଜ୍ୟରେ ସର୍ବାଧିକ 42 ଜଣଙ୍କ ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା ୨୮୭୩କୁ ବୃଦ୍ଧି

author img

By

Published : Jun 3, 2021, 10:57 AM IST

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଥିବା ବେଳେ ମୃତ୍ୟୁରେ କିନ୍ତୁ ଲାଗୁନି ବ୍ରେକ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେବେ ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ 42 ଜଣଙ୍କ ମୃତ୍ୟୁ ହୋଇଛି ।

ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ 5ଜଣଙ୍କ ମୃତ୍ୟୁ ହୋଇଛି । କଟକ ଓ କଳାହାଣ୍ଡିରୁ 4 ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଝାରସୁଗୁଡ଼ା, ଖୋର୍ଦ୍ଧାରୁ 3 ଜଣ ଲେଖାଁଏ ରହିଛନ୍ତି । ସେହିପରି ଅନୁଗୁଳ, ବାଲେଶ୍ବର, ବଲାଙ୍ଗୀର , ଦେଓଗଡ଼, ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ବରଗଡ଼, ଭଦ୍ରକ, ଗଞ୍ଜାମ ଓ ପୁରୀରୁ ଜଣେ ଲେଖାଁଏ ମୃତ୍ୟୁବରଣ କରିଛନ୍ତି । ତେବେ ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଖ୍ୟା ୨୮୭୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୯୦ ଜହାର ୯୭୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୫ ହଜାର ୪୨୩ ଟି ଆକ୍ଟିଭ କେସ ରହିଥିବା ବେଳେ ୭ ଲକ୍ଷ ୦୨ ହଜାର ୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୭୩କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୧୯ ଲକ୍ଷ ୭୨ ହଜାର ୨୨୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.