ETV Bharat / city

କଂଗ୍ରେସ ଭବନରେ ଗଣ୍ଡଗୋଳ ଘଟଣାରେ ହେବ ତଦନ୍ତ: ନିରଞ୍ଜନ ପଟ୍ଟନାୟକ - କଂଗ୍ରେସ ଭବନରେ ସଂଘର୍ଷ ଘଟଣା

କଂଗ୍ରେସ ଭବନରେ ସଂଘର୍ଷ ଘଟଣାର ଅନୁଧ୍ୟାନ ପାଇଁ ପିସିସି ପକ୍ଷରୁ ଗଠନ ହେଲା 4 ଜଣିଆ ସଦସ୍ୟ ବିଶିଷ୍ଟ କମିଟି । ପୂର୍ବତନ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ନେତୃତ୍ବରେ ମାନସ ଚୌଧୁରୀ, ବିଶ୍ବ ଦାସ, ସଂଗ୍ରାମ ଜେନା କମିଟିର ଏହି ଦଳର ସଦସ୍ୟ ଅଛନ୍ତି ।

4 member committee was formed by the PCC to investigate the clashes at the Congress building
କଂଗ୍ରେସ ଭବନରେ ଗଣ୍ଡଗୋଳ ଘଟଣାରେ ହେବ ତଦନ୍ତ: ନିରଞ୍ଜନ ପଟ୍ଟନାୟକ
author img

By

Published : Jun 23, 2020, 2:04 PM IST

ଭୁବନେଶ୍ବର: କଂଗ୍ରେସ ଭବନରେ ସଂଘର୍ଷ ଘଟଣାର ଅନୁଧ୍ୟାନ ପାଇଁ ପିସିସି ପକ୍ଷରୁ ଗଠନ ହେଲା 4 ଜଣିଆ ସଦସ୍ୟ ବିଶିଷ୍ଟ କମିଟି । ପୂର୍ବତନ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ନେତୃତ୍ବରେ ମାନସ ଚୌଧୁରୀ, ବିଶ୍ବ ଦାସ, ସଂଗ୍ରାମ ଜେନା କମିଟିର ଏହି ଦଳର ସଦସ୍ୟ ଅଛନ୍ତି । 4 ଦିନ ମଧ୍ୟରେ ଏହି ଘଟଣାର ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରିପୋର୍ଟ ଆସିବା ପରେ ମାମଲାର କାର୍ଯ୍ୟାନୁଷ୍ଠାନ ହେବ ।

ସୂଚନାନୁସାରେ, ନୂଆ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କୁ ବିରୋଧ କରି ଦଳର ବହୁ ଯୁବ ଛାତ୍ର ମହିଳା କଂଗ୍ରେସ ଭବନ ଭିତରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ । ସ୍ମୃତି ବିଶ୍ବାଳଙ୍କ ସମର୍ଥକ କଂଗ୍ରେସ ଭବନ ଆସିବା ପରେ ଛତ୍ରଭଙ୍ଗ ଦେଇଥିଲେ ବିରୋଧୀ । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.