ETV Bharat / city

୪ IPS ADGP ପାହ୍ୟାକୁ ପଦୋନ୍ନତି - ପଦୋନ୍ନତି ପାଇଲେ ବରିଷ୍ଠ ପୋଲିସ ଅଫିସର

ନୂଆବର୍ଷ ପୂର୍ବରୁ ପୁଣି ୪ ଜଣ ବରିଷ୍ଠ ଆଇପିଏସ (Indian Police Service) ଙ୍କୁ ପଦୋନ୍ନତି ଦେଇ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର । ଗତକାଲି ପରେ ଆଜି ପୁଣି ୧୯୯୭ ବ୍ୟାଚର ୪ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ସରକାର । ଅଧିକ ପଢନ୍ତୁ

୪ ଜଣ IPS ଙ୍କୁ ଦେଲେ ପଦନ୍ନୋତି
୪ ଜଣ IPS ଙ୍କୁ ଦେଲେ ପଦନ୍ନୋତି
author img

By

Published : Dec 30, 2021, 10:50 PM IST

ଭୁବନେଶ୍ବର: ନୂଆ ବର୍ଷ ପୂର୍ବରୁ ପୁଣି ୪ ଜଣ ବରିଷ୍ଠ ଆଇପିଏସ (Indian Police Service) ଙ୍କୁ ପଦୋନ୍ନତି ଦେଇ ନୂଆ ବର୍ଷ ଭେଟି ଦେଲେ ରାଜ୍ୟ ସରକାର । ଗତକାଲି ପରେ ଆଜି ପୁଣି ୧୯୯୭ ବ୍ୟାଚର ୪ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ସରକାର ।

ପଦୋନ୍ନତି ପାଇଥିବା ବରିଷ୍ଠ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଜେଲ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ । ସେ ଆଇଜି ପାହ୍ୟାରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (Additional DGP ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଦୀପ୍ତେଶ ବର୍ତ୍ତମାନ ଜେଲ ଆଇଜି (Prison Inspector General of Police ) ଓ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଅତିରିକ୍ତ ସିଏମଡି ଭାବେ କାର୍ଯ୍ୟ କରୁଛନ୍ତି ।

ରାଜ୍ୟ ସରକାର ୪ ଜଣ IPS ଙ୍କୁ ଦେଲେ ପଦନ୍ନୋତି
୪ IPS ADGP ପାହ୍ୟାକୁ ପଦୋନ୍ନତି

ସେହିପରି ଆଇପିଏସ ଅସିତ ପାଣିଗ୍ରାହୀଙ୍କୁ ମଧ୍ୟ ଆଇଜି ପାହ୍ୟାରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (Additional DGP) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ସରକାର । ଅସିତ ବର୍ତ୍ତମାନ ଭିଜିଲାନ୍ସର ଆଇଜି ଭାବେ କାର୍ଯ୍ୟ କରୁଛନ୍ତି ।

ସେହିଭଳି ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେଙ୍କୁ ମଧ୍ୟ ଆଇଜି ପାହ୍ୟାରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (Additional DGP) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ସରକାର । ଧୀରେନ୍ଦ୍ର ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଅନ୍ୟପଟେ ଆଇପିଏସ ରେଖା ଲୋହନୀଙ୍କୁ ବି ଆଇଜି ପାହ୍ୟାରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (Additional DGP) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଆଇପିଏସ ରେଖା ବର୍ତ୍ତମାନ ଟ୍ବିନସିଟିର ଅତିରିକ୍ତ ପୋଲିସ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ।

୧୯୯୭ ବ୍ୟାଚର ଏହି ୪ ଜଣ ଆଇପିଏସ ଅଧିକାରୀ ପଦନ୍ନୋତି ପାଇଥିଲେ ମଧ୍ୟ ତାଙ୍କୁ କୌଣସି ନୂଆ ଦାୟିତ୍ବ ଦିଆଯାଇ ନାହିଁ । ପୂର୍ବ ପରି ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.