ETV Bharat / city

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା: ସମସ୍ତ ଅଭିଯୁକ୍ତଙ୍କ ଜାମିନ ଖାରଜ

author img

By

Published : Dec 18, 2020, 8:09 PM IST

Updated : Dec 18, 2020, 8:17 PM IST

ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି କଲେ ଖୋର୍ଦ୍ଧା ପୋକ୍ସୋ କୋର୍ଟ । ମାମଲାରେ ସମ୍ପୃକ୍ତ 4 ଅଭିଯୁକ୍ତଙ୍କ ଜାମିନ ଖାରଜ । ଅଧିକ ପଢନ୍ତୁ...

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ଜାମିନ ଖାରଜ

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ମିଳିଲାନି ଜାମିନ । ଖୋର୍ଦ୍ଧା ପୋକ୍ସୋ କୋର୍ଟ ସମସ୍ତ 4 ଅଭିଯୁକ୍ତଙ୍କ ଜାମିନ କଲେ ଖାରଜ । ଜାମିନ ଖାରଜ ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହେପାଜତରେ ରଖାଯାଇଛି ।

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା: ସମସ୍ତ ଅଭିଯୁକ୍ତଙ୍କ ଜାମିନ ଖାରଜ

ଆଜି(ଶୁକ୍ରବାର) ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି । ଖୋର୍ଦ୍ଧା ପୋକ୍ସୋ ଅଦାଲତରେ ଏହି ମାମଲାର ଶୁଣାଣି କରି ଅଦାଲତ ସମସ୍ତ 4 ଅଭିଯୁକ୍ତଙ୍କ ଜାମିନ ଖାରଜ କରିଛନ୍ତି । ଉପଯୁକ୍ତ ପ୍ରମାଣ ତଥା ତଥ୍ୟକୁ ଭିତ୍ତିକରି ଜାମିନ ଖାରଜ କରାଯାଇଥିବା ସୂଚନା ମିଳିଛି । ଶୁଣାଣି ସମୟରେ ନାବାଳିକାଙ୍କ ଜୀବନ ପ୍ରତି ବିପଦ ଏବଂ ଅଭିଯୁକ୍ତଙ୍କୁ ଜାମିନ ଦିଆଗଲେ ମାମଲା ପ୍ରଭାବିତ ହେବା ଆଶଙ୍କା ନେଇ ଯୁକ୍ତି ବାଢିଥିଲେ ଅଭିଯୋଗକାରିଣୀଙ୍କ ଓକିଲ ସୀତାଂଶୁ ଦ୍ବିବେଦୀ । ସୀତାଂଶୁଙ୍କ ପକ୍ଷରୁ ଦୀର୍ଘ ଦୁଇଘଣ୍ଟା ଯୁକ୍ତି ସ୍ଥାପନ ହେବାପରେ ଆଦାଲତ ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ଶୁଣାଣି କରି 4 ଅଭିଯୁକ୍ତଙ୍କ ଜାମିନ ଖାରଜ କରିଥିଲେ କୋର୍ଟ ।

ଜାମିନ ଖାରଜ ପରେ ସମସ୍ତ 4 ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ତେବେ ଗତ ଅଗଷ୍ଟ ୩୦ ତାରିଖରେ ୧୩ ବର୍ଷର ନାବାଳିକା ଝିଅକୁ ଗଣଦୁଷ୍କର୍ମ ହୋଇଥିବା ନେଇ ନାବାଳିକାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ । ପରେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଥିଲା । ଅଭିଯୋଗକୁ ଭିତ୍ତିକରି ଏକ ଗଣମାଧ୍ୟମ ସଂସ୍ଥାରର କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସହ ଗ୍ରୁପ-4 ସିକ୍ୟୁରିଟି ସଂସ୍ଥାର ଦୁଇ ୨ ସିକ୍ୟୁରିଟି ଗାର୍ଡ ଶ୍ରୀବତ୍ସ ସାମଲ ଓ ବିଜୟ ରାଉତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ଭୁବନଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 18, 2020, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.