ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ଆଜି ପୁଣି 386 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ଵାରେଣ୍ଟାଇନରୁ ସ୍ଥାନୀୟ ସଂକ୍ରମଣ ଅଧିକ ଚିହ୍ନଟ ହୋଇଛନ୍ତି । 386 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 183 ଓ ସ୍ଥାନୀୟ ସଂକ୍ରମଣ 203 ଚିହ୍ନଟ ହୋଇଛନ୍ତି । ଏହାସହ ଆଜି 213 ଜଣ ସୁସ୍ଥ ହୋଇଛନ୍ତି ।
ତେବେ କ୍ଵାରେଣ୍ଟାଇନ କେନ୍ଦ୍ରରୁ 184 ଜଣଙ୍କ ମଧ୍ୟରୁ 38 ଜଣ ଗଙ୍ଗନଗର ଅଂଚଳରୁ ଚିହ୍ନଟ ହୋଇଥିବାବେଳେ 15 ଜଣ ଆଇଡି ମାର୍କେଟ ନୟାପଲୀ, 12 ଜଣ ଘରୋଇ ହସ୍ପିଟାଲର କର୍ମଚାରୀ, 11 ଜଣ ଚନ୍ଦ୍ରଶେଖରପୁର ଅଂଚଳରେ ଥିବା 7ମ ବାଟାଲିୟନ, 5 ଜଣ ସିଆରପିଏଫ କ୍ୟାମ୍ପସ ଅଞ୍ଚଳରୁ, 3 ଜଣ ଶୈଳେଶ୍ରୀ ବିହାର, 3 ଜଣ ଚକେଇସିଆଣି, 5 ଜଣ ବଡଗଡ, 6 ଜଣ ନୟାପଲୀରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ପଟିଆ, କାନନ ବିହାର, ଜୟଦେବ ବିହାର, ଖଣ୍ଡଗିରି, ୟୁନିଟ 3, ଲକ୍ଷ୍ମୀ ସାଗର, ଡୁମଡୁମା, ଗଡମୁଣ୍ଡା, ଆଦିବାସୀ ସାଲିଆ ସାହି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ୱରରେ 203 ଜଣ ଚିହ୍ନଟ ହୋଇଛନ୍ତି । 10 ଜଣ 7ମ ବାଟାଲିୟନ, 4 ଜଣ ଚନ୍ଦ୍ରଶେଖରପୁର ଅଂଚଳରେ ଥିବା କନକ ଦୁର୍ଗା ମଣ୍ଡପ, 8 ଜଣ ଆଇଆରସି ଭିଲେଜ, 4 ଜଣ ଭିଏସଏସ ନଗର, 4 ଜଣ ୟୁନିଟ 3, 4 ଜଣ ୟୁନିଟ 9, 4 ଜଣ ଜାଗମରା, 5 ଜଣ ବିଶ୍ୱଶ୍ୱରୀ ବସ୍ତି, 5 ଜଣ ସହିଦ ନଗର, 3 ଜଣ ବ୍ରିଟି କଲୋନୀ, 3 ଜଣ ବରମୁଣ୍ଡା ଆଦି ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 8647 ହୋଇଥିବାବେଳେ ସୁସ୍ଥ ହେଲେଣି 514 । 3478 ଆକ୍ଟିଭ ମାମଲା ରହିଥିବାବେଳେ ଏବେ ପର୍ଯ୍ୟନ୍ତ ମୋଟ 36 ଜଣଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ