ETV Bharat / city

ସହରାଞ୍ଚଳ ଆବାସ ଯୋଜନାରେ ୩୬୦୬୨ ନୂଆ ଘରକୁ ମଞ୍ଜୁର - ଭୁବନେଶ୍ବର ଖବର

ସହରାଞ୍ଚଳ ଆବାସ ଯୋଜନାରେ ୩୬୦୬୨ ଟି ନୂଆ ଘର ମଞ୍ଜୁର । ମଞ୍ଜୁର କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ଅଧିକ ପଢନ୍ତୁ...

36062 new houses have been sanctioned under the Urban Housing Scheme
ସହରାଞ୍ଚଳ ଆବାସ ଯୋଜନାରେ ୩୬୦୬୨ ଟି ନୂଆ ଘର ମଞ୍ଜୁର
author img

By

Published : Apr 23, 2021, 9:32 PM IST

ଭୁବନେଶ୍ବର : ସହରାଞ୍ଚଳ ବାସହୀନ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଯାଗା ମିଶନରେ ଆଜି (ଶୁକ୍ରବାର) ଆଉ ପ୍ରାୟ ୩୬ ହଜାର ନୂଆ ପରିବାରଙ୍କ ପାଇଁ ପକ୍କା ଘର ମଞ୍ଜୁର ହୋଇଛି । ମଞ୍ଜୁର କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍‌ରେ ଅନୁଷ୍ଠିତ ଓଡ଼ିଶା ସହରାଞ୍ଚଳ ହାଉସିଂ ମିଶନର ରାଜ୍ୟ ସ୍ତରୀୟ ମଞ୍ଜୁରୀ କମିଟିରେ ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ସୁଦ୍ଧା ୧୧୪ଟି ସହରାଞ୍ଚଳର ୧,୫୫,୦୭୮ ପରିବରଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇଛି । ଏଥି ମଧ୍ୟରୁ ୬୪୦୦୫ ଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ଅବଶିଷ୍ଟ ଘରର ନିର୍ମାଣ ତ୍ବରାନ୍ବିତ ଗତିରେ ଚାଲୁ ରହିଛି । ୭୬ଟି ସହରାଞ୍ଚଳ ପାଇଁ ଏହି ନୂଆ ପ୍ରକଳ୍ପ ମଞ୍ଜୁର କରାଯାଇଛି ।

ସର୍ଭେ ମାଧ୍ୟମରେ ଚିହ୍ନଟ ସମସ୍ତ ପରିବାରଙ୍କୁ ଶିଘ୍ର ଘର ଯୋଗାଇବା ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍ ଆବାସ ଯୋଜନାର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ସୁଦ୍ଧା ଯାଗା ମିଶନରେ ୧ ଲକ୍ଷ ୫ହଜାର ଲୋକଙ୍କୁ ଲ୍ୟାଣ୍ଡ ଏଣ୍ଟାଟାଇଟିମେଣ୍ଟ ସାର୍ଟିଫିକେଟ ଏବଂ ୬୫ ହଜାର ପରିବାରଙ୍କୁ ଲ୍ୟାଣ୍ଟ୍ ରାଇସ୍ ସାର୍ଟିଫିକେଟ୍ ଦିଆଯାଇଥିବା ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ ସୂଚନା ଦେଇଛନ୍ତି ।

ଯାଗା ମିଶନରେ ଯାଗା ପାଉଥିବା ପରିବାର ମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ସମସ୍ତଙ୍କୁ ଆବାସ ଯୋଜନାରେ ଘର ଯୋଗାଇବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୨୦ ହଜାର ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି । ଏହି ଯୋଜନାରେ ସାଧାରଣତଃ ତିନିଟି ମୋଡ୍‌ରେ ଘର ଯୋଗାଇ ଦିଆଯାଏ ବୋଲି ପ୍ରମୁଖ ଶାସନ ସଚିବ ଜଣାଇଛନ୍ତି । ପ୍ରଥମଟି ହେଲା ହିତାଧିକାରୀ ନିଜେ ନିଜର ଘର ନିର୍ମାଣ କରନ୍ତି । ଦ୍ଵିତୀୟ ମୋଡ୍‌ରେ ସ୍ଵଳ୍ପମୂଲ୍ୟ ଗୃହ ନିର୍ମାଣ କରି ଯୋଗାଇ ଦିଆଯାଏ । ତୃତୀୟ ମୋଡ୍‌ରେ ବର୍ତ୍ତିଯୁବା ସ୍ଥାନର କ୍ରମୋନ୍ନତି ବିକାଶ ନିମନ୍ତେ ସେହିସ୍ଥାନରେ ଘର ତିଆରି କରି ଯୋଗାଇ ଦିଆଯାଏ । ନୂଆ ଅନୁମୋଦିତ ୩୬୦୬୨ ଘର ମଧ୍ୟରୁ ୭୨ ଟି ସହରାଞ୍ଚଳର ୧୬, ୪୬୩ ଟି ଘର ହିତାଧିକାରୀମାନଙ୍କ ଦ୍ଵାରା ନିର୍ମାଣ ହେବ । ୩ଟି ସହରର ୧୫, ୧୧୫ଟି ଘର ସ୍ଵଳ୍ପମୂଲ୍ୟ ଗୃହ ତିଆରି ହେବ । ଗୋଟିଏ ସହରାଞ୍ଚଳର ୪ , ୪୮୪ ଟି ଗୃହ ବସ୍ତିଥିବା ସ୍ଥାନରେ ନିର୍ମାଣ କରି ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏହି ନୂଆ ଅନୁମୋଦିତ ଗୃହ ସହ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୧ ହଜାର ୧୪୦ ପରିବାରଙ୍କୁ ସାମିଲ କରାଯାଇଛି ।

ଏହି ପ୍ରକଳ୍ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପାଣ୍ଠି ଯୋଗାଇଥାଆନ୍ତି । ହିତାଧିକାରୀ ମଧ୍ୟ କିଛି ଅଂଶଧନ ଦେଇଥାନ୍ତି । ଘର ପିଛା କେନ୍ଦ୍ର ସରକାର ୧.୫୦ ଲକ୍ଷ ଏବଂ ରାଜ୍ୟ ସରକାର ଜମିର ମୂଲ୍ୟ ସହ ନଗଦ ୫୦ , ୦୦୦ ଟଙ୍କା ସହାୟତା ଦିଅନ୍ତି । ଏହାଛଡ଼ା ପ୍ରତି ହିତାଧିକାରୀ ପରିବାରଙ୍କୁ ପାଇଖାନା ନିର୍ମାଣ ନିମନ୍ତେ ୮ ହଜାର ଟଙ୍କା ଯୋଗାଇ ଦିଆଯାଏ । କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କଲେ । ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ସମ୍ପୁର୍ଣ୍ଣ କଲେ ୧୦ ହଜାର ଟଙ୍କାର ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଏ । ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ଏହି ଯୋଜନାରେ ପ୍ରାୟ ୧୪୯୬ କୋଟି ଟଙ୍କା ବିନିଯୋଗ ହୋଇଛି । ଜମି ଓ ଅନ୍ୟାନ୍ୟ ମୌଳିକ ସୁବିଧା ରାଜ୍ୟ ସରକାରଙ୍କ ତରଫରୁ ଅଲଗା ଭାବେ ଯୋଗାଇ ଦିଆଯାଇଛି । ପ୍ରତି ଘର ସହ ପାଇଖାନା ସମନ୍ବିତ ଗାଧୁଆ ଘର ବ୍ୟବସ୍ଥା ରଖୁବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସହରାଞ୍ଚଳ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ସଚିବ ଡଃ ମୋନା ଶର୍ମା, ସାଧାରଣ ପ୍ରଶାସନ ଓ ଗୃହ ସଚିବ ସଂଜୀବ ଚୋପ୍ରା, ଅର୍ଥ ସଚିବ ଅଶୋକ ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନଗର ଓ ଗୃହ ଉନ୍ନୟନ ସଚିବ ଜି . ମାଥିଭାଥାନନ୍, ଓଡ଼ିଶା ସହରାଞ୍ଚଳ ଆବାସ ମିଶନ ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.