ETV Bharat / city

ରାଜଧାନୀରେ ପୁଣି 342 କୋରୋନା ପଜିଟିଭ ଚିହ୍ନଟ, 421 ସୁସ୍ଥ - bhuabaneswar news

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ । ଆଜି ଭୁବନେଶ୍ବରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱର ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 104 ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 238 ଜଣ ଅଛନ୍ତି । ସେହିପରି ଆକ୍ରାନ୍ତ ସହ 412 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ ପୁଣି 342 ଜଣ କୋରୋନା ପଜିଟିଭ ଚିହ୍ନଟ, 421 ସୁସ୍ଥ

author img

By

Published : Sep 19, 2020, 7:31 PM IST

ଭୁବନେଶ୍ୱର: ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ । ଆଜି ଭୁବନେଶ୍ବରରେ 342 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ହାର ଅଧିକ ରହିଛି । ସେହିପରି ଆକ୍ରାନ୍ତ ସହ 412 ଜଣ ସୁସ୍ଥ ହୋଇଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱର ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 104 ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 238 ଜଣ ଅଛନ୍ତି । ତେବେ ହୋମ କ୍ଵାରେନଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ହୋମ କ୍ଵାରେଣ୍ଟାଇନ 104ଙ୍କ ମଧ୍ୟରୁ 8 ଜଣ ଶୈଳେଶ୍ରୀ ବିହାର, 2 ଜଣ ଡମଣା, 2 ଜଣ ବୋମିଖାଲ, 3 ଜଣ ବରଗଡ, 5 ଜଣ ଜୟଦେବ ବିହାର, 3 ଜଣ ଲୁମ୍ବିନୀ ବିହାର, 5 ଜଣ ମଞ୍ଚେଶ୍ୱର, 3 ଜଣ ରସୁଲଗଡ, 6 ଜଣ ୟୁନିଟ 6, 2 ଜଣ ପଳାସୁଣୀର ଅଛନ୍ତି ।

ସେହିପରି ସ୍ଥାନୀୟ ସଂକ୍ରମଣରେ ଚିହ୍ନଟ 238ଙ୍କ ମଧ୍ୟରୁ 13 ଜଣ ସରକାରୀ ହସ୍ପିଟାଲର କର୍ମଚାରୀ, 11 ଜଣ ଖଣ୍ଡଗିରି, 9 ଜଣ ଘରୋଇ ହସ୍ପିଟାଲର କର୍ମଚାରୀ, 3 ଜଣ ଡୁମଡୁମା, 5 ଜଣ ବୋମିଖାଲ, 7 ଜଣ ବିଜେଵି ନଗର, 7 ଜଣ ଜାଗମରା, 6 ଜଣ ଜୟଦେବ ବିହାର, 4 ଜଣ ଝାରପଡ଼ା, 5 ଜଣ ଖାରବେଳ ନଗର, 4 ଜଣ ଲକ୍ଷ୍ମୀସାଗର, 6 ଜଣ ଘରୋଇ ହସ୍ପିଟାଲ କର୍ମଚାରୀ, 5 ଜଣ ପଟିଆ, 6 ଜଣ ନୀଳାଦ୍ରି ବିହାର, 6 ଜଣ ଗ୍ୟାରେଜ ଛକ ଆଦି ଅଞ୍ଚଳରେ ବୋଲି ଜଣାପଡିଛି ।

ତେବେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥହାର ଅଧିକ ରହିଛି । 421 ଜଣ ଆଜି ସୁସ୍ଥ ହୋଇଛନ୍ତି । ଆଉ ଆଜିର ସୁସ୍ଥ ଓ ଆକ୍ରାନ୍ତଙ୍କ ହାରକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 18,267 ଥିବାବେଳେ ସୁସ୍ଥ ସଂଖ୍ୟା 14,052 ଏବଂ 4133 ସକ୍ରିୟ ମାମଲା ରହିଛି । ସେହିପରି ମୃତ ସଂଖ୍ୟା 68 ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.