ETV Bharat / city

STATE CORONA: ଦିନକରେ ୩୪୦ ପଜିଟିଭ ଚିହ୍ନଟ, ୫୦ ଶିଶୁ ଆକ୍ରାନ୍ତ - କୋରୋନା ପଜିଟିଭ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୦ କୋରୋନା ପଜିଟିଭ ଚିହ୍ନଟ । ୫୦ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

STATE CORONA: ଦିନକରେ ୩୪୦  ପଜିଟିଭ ଚିହ୍ନଟ, ୫୦ ଶିଶୁ ଆକ୍ରାନ୍ତ
STATE CORONA: ଦିନକରେ ୩୪୦ ପଜିଟିଭ ଚିହ୍ନଟ, ୫୦ ଶିଶୁ ଆକ୍ରାନ୍ତ
author img

By

Published : Oct 18, 2021, 10:34 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୫୦ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୧୯୯ ଓ ୨୪୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୯ ଜଣ ଥିବାବେଳେ ଅନୁଗୋଳରୁ ୩, ବାଲେଶ୍ବରରୁ ୧୩, ବରଗଡରୁ ୬, ଭଦ୍ରକରୁ୪, ବଲାଙ୍ଗୀରରୁ ୧, କଟକରୁ ୪୩, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୦, ଯାଜପୁରରୁ ୯, କେନ୍ଦ୍ରାପଡ଼ାରୁ ୧୫, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୧, ନୟାଗଡରୁ ୨, ପୁରୀ ୭, ରାୟଗଡାରୁ ୪, ସମ୍ବଲପୁରରୁ ୧୨, ସୁନ୍ଦରଗଡ଼ରୁ ୨ ଏବଂ ଷ୍ଟେଟ ପୁଲ୍‌ରୁ ୩୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.