ETV Bharat / city

ରାଜଧାନୀରେ କମୁଛି ସଂକ୍ରମଣ, ଆଜି 34 ଆକ୍ରାନ୍ତ ଚିହ୍ନଟ

author img

By

Published : Nov 24, 2020, 8:01 PM IST

ମଙ୍ଗଳବାର ଭୁବନେଶ୍ବରରୁ 34 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 53 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର ପାର କରିଛି । ଅଧିକ ପଢନ୍ତୁ...

ଆଜି 34 ଆକ୍ରାନ୍ତ ଚିହ୍ନଟ
ଆଜି 34 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ହ୍ରାସ ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ଭୁବନେଶ୍ବରରୁ 34 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 53 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର ପାର କରିଛି ।

ମଙ୍ଗଳବାର ଚିହ୍ନଟ ନୂଆ 34 ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ହୋମ କ୍ବାରେଣ୍ଟାଇନରୁ 8 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ 26 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ଘଟୁଛି।

ହୋମ କ୍ଵାରେଣ୍ଟାଇନରୁ ଚିହ୍ନଟ 8 ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ହଂସପାଳ, 2 ଜଣ ନୟାପଲ୍ଲୀ, ଜୟଦେବ ବିହାର, ପଟିଆ ଓ ୟୁନିଟରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ 26 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ବରମୁଣ୍ଡା, 2 ଜଣ ହଂସପାଳ, 2 ଜଣ ଜାଗମରା, 3 ଜଣ ପଟିଆ, 2 ଜଣ ଟଙ୍କପାଣି ରୋଡ଼ରୁ ଚିହ୍ନଟ ହୋଇଛନ୍ତି ।
ଏପଟେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର 532ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 29, 766 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 536 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ରାଜଧାନୀରେ 209 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.