ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ 335 ଆକ୍ରାନ୍ତ ଚିହ୍ନଟ

author img

By

Published : Dec 12, 2020, 1:11 PM IST

ଏବେ ଲଗାତାର 500 ତଳକୁ ରହୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଗତ 24 ଘଣ୍ଟା ମଧ୍ୟରେ 335 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 193 ଜଣ ହୋମ କ୍ବାରେଣ୍ଟାଇନରୁ ଥିବାବେଳେ 142ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଅଧିକ ପଢନ୍ତୁ...

corona positive cases decreases in state, single day 335 positive case found
ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ 335 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ୍ । ଏବେ ଲଗାତାର 500 ତଳକୁ ରହୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଗତ 24 ଘଣ୍ଟା ମଧ୍ୟରେ 335 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 193 ଜଣ ହୋମ କ୍ବାରେଣ୍ଟାଇନରୁ ଥିବାବେଳେ 142ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନାନୁସାରେ, 24ଘଣ୍ଟାରେ ସୁନ୍ଦରଗଡରେ ସର୍ବାଧିକ 52ଟି କେସ୍‌ ସାମ୍ନାକୁ ଆସିଛି । ସୁନ୍ଦରଗଡ ବ୍ୟତୀତ ଅନୁଗୋଳରେ 25, ବାଲେଶ୍ବରରେ 26, ବରଗଡରେ 8, ଭଦ୍ରକରେ 8, ବଲାଙ୍ଗୀରରେ 11, କଟକରେ 20, ଢେଙ୍କାନଲରେ 5, ଗଂଜାମରେ 7, ଜଗତସିଂହପୁରରେ 7, ଯାଜପୁରରେ 9, ଝରସୁଗୁଡ଼ାରେ 25, କଳାହାଣ୍ଡିରେ 2 , କେନ୍ଦ୍ରାପଡାରେ 5, କେନ୍ଦୁଝରରେ 14, ଖୋର୍ଦ୍ଧାରେ 31, ମାଲକାନଗିରିରରେ 2 , ମୟୂରଭଞ୍ଜରେ 29, ନୂଆପଡାରେ 7, ନୟାଗଡରେ 1, ପୁରୀରେ 15, ରାୟଗଡାରେ 2, ସମ୍ବଲପୁରରେ 10 ଏବଂ ଷ୍ଟେଟ ପୋଲରୁ 7 କେସ ସାମ୍ନାକୁ ଆସିଛି ।

ତେବେ ଆଜି 335 ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 23 ହଜାର 364ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 18 ହଜାର 278 ଜଣ ସୁସ୍ଥ ହୋଇଥିବାବେଳେ ଓ ସକ୍ରିୟ ମାମାଲା 3 ହଜାର 231ଟି ରହିଛି । ତେବେ ରାଜ୍ୟରେ ମୋଟ 6345705 ଟି ନମୁନା ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.