ETV Bharat / city

ଉଚ୍ଚଶିକ୍ଷା ବିଭାଗରେ ସାମିଲ ହେଲେ 334 ଅଣଶିକ୍ଷକ କର୍ମଚାରୀ - ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି

ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ନିଯୁକ୍ତି ପାଇଲେ 334 ଅଣଶିକ୍ଷକ କର୍ମଚାରୀ । ନବନିଯୁକ୍ତଙ୍କୁ ତାଲିମ ସହ ନିଯୁକ୍ତି ପତ୍ର ପ୍ରଦାନ ହୋଇଛି । ଅଧିକ ପଢନ୍ତୁ

ନିଯୁକ୍ତି ପାଇଲେ 334 ଅଣଶିକ୍ଷକ କର୍ମଚାରୀ
ନିଯୁକ୍ତି ପାଇଲେ 334 ଅଣଶିକ୍ଷକ କର୍ମଚାରୀ
author img

By

Published : Aug 26, 2022, 8:57 AM IST

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗରେ ସାମିଲ ହୋଇଛନ୍ତି 334 ଅଣଶିକ୍ଷକ କର୍ମଚାରୀ । ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ ଲାଗି ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଅଣଶିକ୍ଷକଙ୍କ ମଧ୍ୟରେ 291 ଲାବ୍ରୋଟୋରୀ ଆସିଷ୍ଟାଣ୍ଟ, 25 କନିଷ୍ଠ ଲାଇବ୍ରେରିଆନ ଓ 18 ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଅଛନ୍ତି । ନବନିଯୁକ୍ତଙ୍କୁ ତାଲିମ ସହ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଉଚ୍ଚଶିକ୍ଷାର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯାଉଛି ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଯୋଗ ଦେଇ କହିଛନ୍ତି ଯେ, ''ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶ ଲାଗି ରାଜ୍ୟ ସରକାର ବିଭାଗରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ହଜାରେ ପ୍ରଫେସର, ସହକାରୀ ପ୍ରଫେସର, ସହାୟକ ପ୍ରଫେସର ଓ କନିଷ୍ଠ ଅଧ୍ୟାପକଙ୍କୁ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ନିଯୁକ୍ତି ଦିଆଯାଇଛି । ଯାହା ଛାତ୍ର-ଅଧ୍ୟାପକ ଅନୁପାତ ବୃଦ୍ଧି କରିଛି ।''

ନବ ନିଯୁକ୍ତଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ଗୁଣାତ୍ମକ ଶିକ୍ଷାକୁ ଆଗକୁ ନେବା ଲାଗି ଲାବ୍ରୋଟୋରୀ ଆସିଷ୍ଟାଣ୍ଟ, କନିଷ୍ଠ ଲାଇବ୍ରେରୀଆନ ନିଯୁକ୍ତି ଫଳପ୍ରଦ ହେବ । ଶିକ୍ଷା ଅନୁଷ୍ଠାନରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ଲାବ୍ରୋଟୋରୀ ଓ ଲାଇବ୍ରେରୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଲାବ୍ରୋଟୋରୀଆନଙ୍କ ଉତ୍ସାହ ଦ୍ବାରା ଛାତ୍ରଛାତ୍ରୀ ବୈଜ୍ଞାନିକ ଦକ୍ଷତା ବୃଦ୍ଧିପାଏ । ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାକୁ ସର୍ବଦା ସର୍ବାଧିକ ପ୍ରୋତ୍ସାହନ ଯୋଗାଉଛନ୍ତି । କ୍ରୀଡା ଯୋଗୁଁ ରାଜ୍ୟ ବିଶ୍ବ ମାନଚିତ୍ରରେ ସାମିଲ ହୋଇଛି । ସ୍କୁଲସ୍ତରରେ ଅଧିକ ଖେଳପଡ଼ିଆ ଓ ବ୍ଲକ ସ୍ତରରେ ଷ୍ଟାଡିୟମ ନିର୍ମାଣ କରାଯାଇ କ୍ରୀଡ଼ାବିତଙ୍କୁ ବାଲ୍ୟବସ୍ଥାରୁ ବିକଶିତ କରିବା ଲାଗି ବ୍ୟବସ୍ଥା କରାଯାଉଛି ।'' ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଦିଗରେ ଉତ୍ସାହିତ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ କରି ଗଢି ତୋଳିବାରେ ଭୂମିକା ନେବାକୁ ନବନିଯୁକ୍ତ ଶାରିରୀକ ଶିକ୍ଷା ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନିତ

କାର୍ଯ୍ୟକ୍ରମରେ ଯୋଗ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ଯେ,''ରାଜ୍ୟ ଏବେ ଶିକ୍ଷା ଓ କ୍ରୀଡ଼ାର ହବ୍ ହୋଇଛି । ମୁଖ୍ୟମନ୍ତ୍ରୀ ଦୂର ଦୃଷ୍ଟି ସମ୍ପର୍ଣ୍ଣ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।'' ପ୍ରତିଶ୍ରୁତିବଦ୍ଧତାର ସହ ଶିକ୍ଷା ବ୍ୟବସ୍ଥାର ବିକାଶ ଲାଗି ନବନିଯୁକ୍ତ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ''ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ଜାରୀ ରହିଛି । 5T ପଦକ୍ଷେପ ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ଦ୍ରୁତ ଭାବେ ହୋଇପାରୁଛି ।'' ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.