ETV Bharat / city

ରାଜଧାନୀରେ ବୃଦ୍ଧି ପାଉଛି ସ୍ଥାନୀୟ ସଂକ୍ରମଣ, ପୁଣି 319 ଆକ୍ରାନ୍ତ ଚିହ୍ନଟ

author img

By

Published : Sep 26, 2020, 5:11 PM IST

ଭୁବନେଶ୍ୱରରେ ବଢୁଛି କୋରୋନା ସଂକ୍ରମଣ । ଏହି ସଂକ୍ରମଣ ସଂଖ୍ୟା 20 ହଜାର ପାର ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଅଧିକ ପଢନ୍ତୁ...

ରାଜଧାନୀରେ ବୃଦ୍ଧିପାଉଛି ସ୍ଥାନୀୟ ସଂକ୍ରମଣ, ପୁଣି 319 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ବୃଦ୍ଧି ପାଉଛି ସ୍ଥାନୀୟ ସଂକ୍ରମଣ । ଶନିବାର ପୁଣି 319 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 62 ଚିହ୍ନଟ କରାଯାଇଥିବାବେଳେ ସ୍ଥାନୀୟ ସଂକ୍ରମଣ 257ରେ ପହଞ୍ଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି ।

ହୋମ କ୍ଵାରେଣ୍ଟାଇନରୁ ଚିହ୍ନଟ 62ଜଣଙ୍କ ମଧ୍ୟରୁ 3 ଜଣ ବରଗଡ, 2 ଜଣ ବ୍ରହ୍ମେଶ୍ବର ପାଟଣା, 5 ଜଣ ଚନ୍ଦ୍ରଶେଖରପୁର, 6 ଲକ୍ଷ୍ମୀ ସାଗର, 3 ଜଣ ପଟିଆ, 3 ଜଣ ପୋଖରୀପୁଟ, 4 ଜଣ ରସୁଲଗଡ, 4 ଜଣ ସହିଦନଗର ଆଦି ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ, ସ୍ଥାନୀୟ ସଂକ୍ରମଣ 257 ଜଣ ଚିହ୍ନଟ ହୋଇଛନ୍ତି ।

ସେମାନେ ହେଲେ 16 ଜଣ ନୟାପଲ୍ଲୀ ଅଞ୍ଚଳର, 12 ଜଣ ଚନ୍ଦ୍ରଶେଖରପୁର, 8 ଜଣ ଡୁମଡୁମା, 7 ଜଣ ବମିଖାଲ, 5 ଜଣ ବରମୁଣ୍ଡା, 7 ଜଣ ଚିନ୍ତାମଣିଶ୍ୱେର, 10 ଜଣ ଖଣ୍ଡଗିରି, 7 ଜଣ ଝାରପଡ଼ା, 4 ଜଣ ଜୟଦେବ ବିହାର, 7 ଜଣ ଆଇଆରସି ଭିଲେଜ, 8 ଜଣ ଲକ୍ଷ୍ମୀସାଗର, 8 ଜଣ ନୀଳାଦ୍ରି ବିହାର, 6 ଜଣ ଓଲଡଟାଉନ, 13 ଜଣ ଶିଶୁ ବିହାର, 6 ଜଣ ପୋଖରିପୁଟ, 7 ଜଣ ରସୁଲଗଡ, 8 ଜଣ ୟୁନିଟ-8, 6 ଜଣ ୟୁନିଟ-6, 8 ଜଣ ୟୁନିଟ-9 ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା 20538 ଥିବାବେଳେ, 16864 ସୁସ୍ଥ ହୋଇଛନ୍ତି । ସେହିପରି 3574 ଜଣ ଚିକିତ୍ସାଧୀନ ଥିବାବେଳେ ମୋଟ 84 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.