ଭୁବନେଶ୍ବର: ଏକ ବ୍ୟାଗରୁ ବାହାରିଲା ୩୦ ଲକ୍ଷ । ୫୦୦ ଓ ୨୦୦୦ ଟଙ୍କିଆ ବଣ୍ଡଲ ନୋଟ । ୩୦ ଲକ୍ଷର ନଗଦ ଟଙ୍କା ଦେଖି ସନ୍ଦେହ ବଢିବାରୁ ଥାନାରେ ଜଣେ ଯୁବକକୁ ଅଟକ ରଖାଯାଇଛି ।
କମିଶନରେଟ ପୋଲିସର ଖଣ୍ଡଗିରି ଅଞ୍ଚଳରୁ ଏତେ ପରିମାଣର ଟଙ୍କାକୁ ନନେଇ ପୋଲିସ ଚଳାଇଛି ତଦନ୍ତ । ତେବେ ସନ୍ଦେହରେ ଜଣେ ଯୁବକ ରାମହରି ପ୍ରସାଦ ନାମକ ଯୁବକକୁ ଅଟକ ରଖାଯାଇଥିବା ବେଳେ ଆଉ ଜଣେ ଯୁବକ ଏନେଇ ଥାନାରେ ପହଞ୍ଚି ସେସବୁ କ୍ୟାସ ପାରଳାଖେମୁଣ୍ଡିର ଏକ ବିଜନେସ ଟଙ୍କା ବୋଲି କହିଛନ୍ତି । ଯାହାକୁ ନେଇ ଏବେ ଆୟକର ବିଭାଗ ଏସବୁ ଟଙ୍କା ଉପରେ ନଜର ରଖିଛି । କାରଣ ଏତେ ପରିମାଣର ଟଙ୍କା କୁଆଡୁ ଆସିଲା କେଉଁଠୁ କିଏ କେତେ ପରିମାଣର ଟଙ୍କା ଟ୍ରାନଜାକ୍ସନ କରିଛନ୍ତି ଏସବୁ ଟଙ୍କା ଲିଗାଲ ନା ଇଲିଗାଲ ସେନେଇ ଛାନଭିନ କରୁଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ