ETV Bharat / city

ଚିନି ବସ୍ତାରେ ଗଞ୍ଜେଇ ଚାଲାଣ, ରାଜ୍ଯ ରାଜପଥରୁ ୩ କ୍ବିଣ୍ଟାଲ ଜବତ - ରାୟଗଡା ଗଞ୍ଜେଇ ଜବତ

ଗଞ୍ଜେଇ ଚୋରା ଚାଲାଣକାରୀକୁ ଝଟକା । ଚାଲାଣ ପୂର୍ବରୁ ଜବତ କଲା ଏସଟିଏଫ୍‌ ଟିମ୍‌ । ଗୁଣୁପୁରୁ ଲିମାମୋଡା ଓଭର ବ୍ରିଜ ନିକଟରୁ ତିନି କ୍ବିଣ୍ଚାଲ ଗଞ୍ଜେଇ ଜବତ । ଜଣେ ଗିରଫ । ଅଧିକ ପଢନ୍ତୁ...

ଚିନି ବସ୍ତାରେ ଗଞ୍ଜେଇ ଚାଲାଣ
ଚିନି ବସ୍ତାରେ ଗଞ୍ଜେଇ ଚାଲାଣ
author img

By

Published : Dec 6, 2020, 5:57 PM IST

ଭୁବନେଶ୍ବର: ପଣ୍ଡ ହେଲା ଚୋରାରେ ଗଞ୍ଜେଇ ଚାଲାଣ କାରବାର । ଚାଲାଣ ପୂର୍ବରୁ ହେଲା ଜବତ। ଲିମାମୋଡା ଓଭର ବ୍ରିଜ ନିକଟରୁ ଜବତ କଲା ଏସଟିଏଫ। ରାଜ୍ଯ ରାଜପଥ ୩୨୬ କଡରେ ବସ୍ତାରେ ରହିଥିବା ବେଳେ ଧରିଲେ ଏସଟିଏଫ ଅଧିକାରୀ। ୩୦୨ କେଜିର ଗଞ୍ଜେଇ ବୋଝେଇ ବସ୍ତାକୁ ଜବତ କରିଛନ୍ତି ଟିମ୍‌।

ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଲିମାମୋଡା ନିକଟରେ ଆୟୁବ ଶବର ନାମକ ବ୍ଯକ୍ତି ଚାଲାଣ ପାଇଁ ପ୍ରସ୍ତୁତ ବେଳେ ଗିରଫ କରିଥିଲା ଏସଟିଏଫ ଟିମ୍‌। ତେବେ ଗଞ୍ଜେଇ ଚିନି ଅଖାରେ ବୋଝେଇ ହୋଇ ରଖାଯାଇଥିବାବେଳେ ଏହାକୁ ଜବତ କରାଯାଇଛି । ରପ୍ତାନି ପୂର୍ବରୁ ଆୟୁବଙ୍କୁ ଗିରଫ କରିଛି ଏସଟିଏଫ ଟିମ।

ତେବେ ପଟାସିଙ୍ଗା, ନୂଆଗାଁର ଆୟୁବ ଶବରକୁ ଏନଡିପିଏସ ଆକ୍ଟରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.