ETV Bharat / city

ଭୁବନେଶ୍ୱରରୁ ପୁଣି 3 ଆକ୍ରାନ୍ତ ଚିହ୍ନଟ, ଜଣେ ସୁସ୍ଥ - ରାଜଧାନୀରେ 3 ନୂଆ ଆକ୍ରାନ୍ତ ଚିହ୍ନଟ

ଶନିବାର ପୁଣି ରାଜଧାନୀରେ 3 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।

corona
ଭୁବନେଶ୍ୱରରୁ ପୁଣି 3 ଆକ୍ରାନ୍ତ ଚିହ୍ନଟ
author img

By

Published : Jun 13, 2020, 3:40 PM IST

ଭୁବନେଶ୍ବରେ: ରାଜ୍ୟରେ କୋରୋନା କାୟା ବିସ୍ତାର କରି ଚାଲିଛି। ତିନି ଦିନ ଭିତରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ତେବେ ଶନିବାର ପୁଣି ରାଜଧାନୀରେ 3 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । 3 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭୀମପୁର ଅଞ୍ଚଳର ବାସିନ୍ଦା ଥିବାବେଳେ ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଛନ୍ତି। ଅନ୍ୟ ଜଣେ ଭରତପୁର ଅଞ୍ଚଳର ଅଟନ୍ତି । ଆଉ ଜଣେ ଡୁମଡୁମା ଅଞ୍ଚଳର ଏଚବି କଲୋନୀର ଥିବାବେଳେ ସେ କିଛି ଦିନ ତଳେ ଗଂଜାମରୁ ଫେରିଥିଲେ।

ଶନିବାର ଚିହ୍ନଟ ହୋଇଥିବା ଖୋର୍ଦ୍ଧାର 19 ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ 3 ଜଣ ଚିହ୍ନଟ ହୋଇଛନ୍ତି। ସଂଗରୋଧ କେନ୍ଦ୍ରରେ ଦୁଇ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ବୋଲି ଜଣାପଡିଛି। ଏପଟେ ଏକ ଆଶ୍ବସ୍ତିକର ଖବର ଆସିଛି ।

ଭୁବନେଶ୍ୱରରେ ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରକାଶ ଥାଉକି, ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା 106ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 60 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 42 ଜଣ ଆକ୍ରାନ୍ତ ଆକ୍ଟିଭ ଏବଂ 3 ଜଣ ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.